Categories: ଫୁରସତ

୮୪ ସେକେଣ୍ଡରେ ଚେନ୍ନାଇର ଭେୟାଶିନୀଙ୍କ କାରନାମା: ଚିହ୍ନିଲେ ୪୯ ଦେଶର ଜାତୀୟ ପତାକା

ପୃଥିବୀର ଅନେକ ଲୋକ ଅନେକ ପ୍ରକାର ରେକର୍ଡ କରୁଛନ୍ତି। ହେଲେ କିଛି ରେକର୍ଡ ସମ୍ପର୍କରେ ବହୁତ କମ୍‌ ଲୋକ ଜାଣନ୍ତି। ସେମିତି ଏକ ରେକର୍ଡ ହେଉଛି ୪ ବର୍ଷର କୁନି ଝିଅ ପି.ଭେୟାଶିନୀଙ୍କର। ଚେନ୍ନାଇରେ ରହୁଥିବା ଭେୟାଶିନୀ ଏସିଆର ସମସ୍ତ ୪୯ ଦେଶର ଜାତୀୟ ପତାକା ଚିହ୍ନିବା ସହ ସେମାନଙ୍କ ରାଜଧାନୀର ନାଁ ବି ଠିକ୍‌ ଭାବେ କହିଥିଲେ, ତାହା ପୁଣି ମାତ୍ର ୮୪ ସେକେଣ୍ଡରେ। ଫଳରେ ତାଙ୍କ ନଁା ବିଶ୍ୱ ରେକର୍ଡରେ ସ୍ଥାନ ପାଇଲା। ଏହାପୂର୍ବରୁ ଆଉ ଜଣେ ୪ ବର୍ଷର ଝିଅ ଏହି ରେକର୍ଡ କରିଥିଲେ। ହେଲେ ସେ କେବଳ ପତାକା ଚିହ୍ନି ତା’ର ନାଁ କହିଥିଲେ। ହେଲେ ରାଜଧାନୀର ନଁା କହି ନ ଥିଲେ। କିନ୍ତୁ ୟୁକେଜିରେ ପଢୁଥିବା ପ୍ରଚଣ୍ଡ ମେଧାଶକ୍ତି ସମ୍ପନ୍ନ କୁନି ଭେୟାଶିନୀ ପତାକା ସହ ରାଜଧାନୀର ନାଁ କହି ରେକର୍ଡ କରିବାରେ ସଫଳ ହେଲେ।

Share