Advertisement

୮୫ ହଜାର ଲୁଟ୍‌ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ରୂପ୍‌ସା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅଧୀନ ଦୁବୁଲାଗଡ଼ି ଗ୍ରାମର ଜଣେ ଭୁଟୁଭୁଟି ମାଲିକ ଅଜାମିଲ ବେରାଙ୍କ ମୁହାଣସ୍ଥିତ ଗୋଦାମ ଓ ଅଫିସ୍‌ ଘରର ଶଟର ଭାଙ୍ଗି ୮୫ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୨୭/୧୯) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ଏହି ଲୁଟ୍‌ ଘଟଣାରେ ପୋଲିସ ନୀଳଗିରି ଥାନା ଗୋପାଳପୁର ଗ୍ରାମର ଅଭିଯୁକ୍ତ ଗୋପାଳ ସିଂଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଯାଇଛି। ଅଭିଯୁକ୍ତ ଗୋପାଳ ଅନ୍ୟ ଏକ ଟ୍ରଲର ମାଲିକଙ୍କ ପାଖରେ ଦୀର୍ଘଦିନ ହେଲା କାର୍ଯ୍ୟ କରି ଆସୁଥିଲେ। ଆଇଆଇସି ଲକ୍ଷ୍ମଣ କୁମାର ବେହେରା ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଚୋରି ୨୬ହଜାର ଟଙ୍କା ଜବତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share