Categories: ବାଣିଜ୍ୟ

୮୭୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ,୨।୬: ଦେଶର ଅର୍ଥ ବ୍ୟବସ୍ଥାକୁ ଅନ୍‌ଲକ୍‌ କରିବା ଲାଗି ସରକାରଙ୍କ ଘୋଷଣାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ୮୭୯ ପଏଣ୍ଟ ବଢ଼ିଥିବା ଜଣାପଡ଼ିଛି। ଏହି ସମୟରେ ରିଲାଏନ୍ସ ଇଷ୍ଟଷ୍ଟ୍ରିଜ, ଏଚ୍‌ଡିଏଫ୍‌ସି ଟ୍ବିନ୍ସ ଏବଂ ଟିସିଏସ୍‌ ଭଳି କମ୍ପାନୀଗୁଡିକର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ସେହିଭଳି ବିଶ୍ୱ ବଜାରର କାରବାର ଉନ୍ନତ ରହିବା ଯୋଗୁ ଏହାର ଲାଭ ଘରୋଇ ବଜାରର ନିବେଶକଙ୍କ ଉପରେ ପଡିଛି। ଦିନ ମଧ୍ୟରେ ସୂଚକାଙ୍କ ୧୨୫୦ ପଏଣ୍ଟ ଉଠିବାକୁ ସକ୍ଷମ ହୋଇଥିଲା। ହେଲେ କାରବାର ଶେଷ ହେବା ବେଳକୁ ଏହା ୮୭୯.୪୨ ପଏଣ୍ଟ ବା ୨.୫୭% ଉଚ୍ଚରେ ରହି ୩୩,୩୦୩.୫୨ ପଏଣ୍ଟରେ ସ୍ତରରେ ରହିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୨୪୫.୮୫ ପଏଣ୍ଟ ବା ୨.୫୭% ଉଚ୍ଚରେ ରହି ୯,୮୨୬.୧୫ ସ୍ତରରେ ବନ୍ଦ ହୋଇଛି।

Share