Categories: ଜାତୀୟ

୮୭ ବର୍ଷରେ ପାଦ ଦେଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୮୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୨ ସେପ୍ଟେମ୍ବର ୨୬ରେ ପାକିସ୍ତାନର ଚକଓ୍ବାଲ ଜିଲାର ଘ ଗାଁରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଧାରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଗାଁରେ ସେ ୧୨ ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହି ସମୟରେ ରାତିରେ ଡିବି ଏବଂ ଲଣ୍ଠନ ଆଲୁଅରେ ସେ ପାଠ ପଢୁଥିଲେ। ୧୯୫୭ରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଥିଲେ। ୧୯୯୧ରୁ ୧୯୯୬ ମଧ୍ୟରେ ସେ ଦେଶର ଅର୍ଥନୀତିକୁ ଏକ ନୂତନ ରୂପ ଦେଇଥିଲେ। ତାଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ରାଜନେତା ଶୁଭେଚ୍ଛା ଜଣାଇଛନ୍ତି।

Share