୮,୯ରେ ଓଜେଇଇ କମ୍ପ୍ୟୁଟର ବେସ୍‌ଡ ପିଜି ପରୀକ୍ଷା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଜୁନ୍‌ ୮ ଓ ୯ରେ ଓଜେଇଇର କମ୍ପ୍ୟୁଟର ବେସ୍‌ଡ ପିଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଏହି ପରୀକ୍ଷା ହେବାକୁ ଯାଉଛି। ୮ ତାରିଖରେ ୩ଟି ଓ ୯ରେ ୨ଟି ସିଫ୍ଟରେ ପରୀକ୍ଷା ପରିଚାଳନା କରାଯିବ। ମୋଟ ୧୭,୩୫୫ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରାଜ୍ୟର ୮ଟି ସହରର ୨୪ଟି ସେଣ୍ଟରରେ ଓଜେଇଇ ପରୀକ୍ଷା ହେବ। ଏ ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Share