୮ ଓଏଏସ୍‌ ଅଫିସରଙ୍କ ପଦୋନ୍ନତିକୁ ମୋହର

ଭୁବନେଶ୍ୱର, ୨୯।୧ (ବ୍ୟୁରୋ): ଆଇଏଏସ୍‌ ଅଫିସର ପାହ୍ୟାକୁ ପଦୋନ୍ନତି ଦେବାକୁ ରାଜ୍ୟ ସରକାର ୮ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ସେମାନେ ହେଲେ ମୁରଲୀଧର ବାରିକ, ସୁଶାନ୍ତ କୁମାର ବାରିକ, ଉମାକାନ୍ତ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶୁଭେନ୍ଦୁ କାନୁନଗୋ, ରାମକୃଷ୍ଣ ସାହୁ, ରବୀନ୍ଦ୍ର ନାଥ ସାହୁ ଏବଂ ଚିତ୍ତରଞ୍ଚନ ମହାନ୍ତି। ଏଥିସହିତ କେନ୍ଦ୍ର ଡେପୁଟେଶନରେ ଥିବା ୧୯୯୮ ବ୍ୟାଚ ଆଇଏଏସ୍‌ ଅଫିସର ସୁରେଶ କୁମାର ବଶିଷ୍ଠ ଓଡ଼ିଶା ଫେରୁଛନ୍ତି। ଅନ୍ୟପକ୍ଷରେ ୧୯୯୮ ବ୍ୟାଚ ଆଇଏଏସ୍‌ ଅଫିସର ବିଶାଲ ଗଗନଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୋଗଦେବେ ବୋଲି ଜଣାପଡ଼ିଛି।

Share