Categories: ବାଣିଜ୍ୟ

୮ କୋର୍‌ ସେକ୍ଟର ଅଭିବୃଦ୍ଧି ୫.୫%

ନୂଆଦିଲ୍ଲୀ,୧। ୪: ଦେଶର ୮ କୋର ସେକ୍ଟର ଅଭିବୃଦ୍ଧି ଚଳିତ ବର୍ଷ ଫେବୃୟାରୀ ମାସରେ ୫.୫% ରହିଛି। ଏହା ୧୧ ମାସର ସର୍ବୋଚ୍ଚ ସ୍ତର ବୋଲି ଜଣାପଡିଛି। କୋଇଲା, ରିଫାଇନେରୀ, ଇଲେକ୍ଟ୍ରିସିଟି ଭଳି କ୍ଷେତ୍ରରେ ଫରଫରମାନ୍ସ ଉନ୍ନତ ରହିଥିବାରୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି ବୋଲି ସରକାର ମଙ୍ଗଳବାର କହିଛନ୍ତି। ୮ କୋର୍‌ ସେକ୍ଟର ମଧ୍ୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ଉତ୍ପାଦ, ସାର, ଇସ୍ପାତ,ସିମେଣ୍ଟ ଏବଂ ଇଲେକ୍ଟ୍ରିସିଟି ରହିଛି। ଏହି କ୍ଷେତ୍ରଗୁଡିକ ଗତ ବର୍ଷ ଫେବୃୟାରୀରେ ୨.୨% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଥିଲା। ମାର୍ଚ୍ଚ ୨୦୧୯ରେ ଏହି କ୍ଷେତ୍ରଗୁଡିକର ଅଭିବୃଦ୍ଧି ହାର ୫.୮% ରହିଥିଲା। ଚଳିତ ବର୍ଷ ଜାନୁୟାରୀରେ କୋର ସେକ୍ଟର ଅଭିବୃଦ୍ଧି ୧.୪% ଥିଲା। ଶିଳ୍ପ ଉତ୍ପାଦନ ସୂଚକାଙ୍କ( ଆଇଆଇପି)ରେ ଏହି କ୍ଷେତ୍ରଗୁଡିକ ପ୍ରାୟ ୪୦.୨୭% ଯୋଗଦାନ ରଖୁଛନ୍ତି। କୋଇଲା, ରିଫାଇନେରୀ ଏବଂ ଇଲେକ୍ଟ୍ରିସିଟି କ୍ଷେତ୍ରରେ ଯଥାକ୍ରମେ ୧୦.୩%, ୭.୪% ଏବଂ ୧୧% ଅଭିବୃଦ୍ଧି ହୋଇଛି। ସେହିଭଳି ଫେବୃୟାରିରେ ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ କ୍ଷେତ୍ରରେ ନକରାତ୍ମକ ଅଭିବୃଦ୍ଧି ଘଯିଛି। ସାର ଏବଂ ସିମେଣ୍ଟ ଯଥାକ୍ରମେ ୨.୯% ଏବଂ ୮.୬% ଅଭିବୃଦ୍ଧି କରିଛନ୍ତି। ଏପ୍ରିଲ-ଫେବୃୟାରୀ ସମୟରେ ୮ କୋର୍‌ ସେକ୍ଟର ଅଭିବୃଦ୍ଧି ୧%କୁ କମିଛି। ଯାହା ପୂର୍ବ ଆର୍ଥତ୍କ ବର୍ଷ ସମାନ ସମୟରେ ୪.୨% ରହିଥିଲା।

Share