Categories: ବାଣିଜ୍ୟ

୮% ଜିଡ଼ିପି ବୃଦ୍ଧି ଜରୁରୀ: ରଙ୍ଗରାଜନ

ହାଇଦ୍ରାବାଦ,୧୩।୭: ଆସନ୍ତା ୫ ବର୍ଷରେ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ଦେଶକୁ ୮% ହାରରେ ବାର୍ଷିକ ଅଭିବୃଦ୍ଧି ହାସଲ କରିବାକୁ ହେବ। ଏଥିସହିତ ଏ ଦିଗରେ ସ୍ପଷ୍ଟ ରୂପରେଖ ଜାରି କରିବା ମଧ୍ୟ ଜରୁରୀ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ ଶୁକ୍ରବାର ପ୍ରକାଶ କରିଛନ୍ତି।
ଏଠାରେ ଆଇସିଏଫ୍‌ଏଆଇର ଫାଉଣ୍ଡେଶନ ଫର୍‌ ଏଜୁକେଶନର ୯ମ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ ରଙ୍ଗରାଜନ କହିଛନ୍ତି ଯେ, ଆର୍ଥିକ ଅଭିବୃଦ୍ଧିକୁ ଦ୍ରୁତ ଗତିରେ ଆଗେଇ ନେବା ଲାଗି ନିବେଶ ଏକ ଡ୍ରାଇଭର ଭାବେ କାମ କରିବ। ଏଥିଲାଗି ନୀତିନିର୍ଦ୍ଧାରକଙ୍କୁ ନିବେଶ ବୃଦ୍ଧି ଲାଗି ଏକ ଅନୁକୂଳ ବାତାବରଣ ତିଆରି କରିବାକୁ ହେବ। ସେ କହିଛନ୍ତି ଯେ, ଦେଶ ନିକଟରେ ଉଚ୍ଚ ଜୀବନଯାପନ ମାନଦଣ୍ଡ ହାସଲ କରିବା ଏବେ ସବୁଠାରୁ ବଡ଼ ଆହ୍ବାନ ହେଲାଣି। ଆସନ୍ତା କିଛି ବର୍ଷ ଭିତରେ ଆମ ସମ୍ମୁଖରେ ୫ ଲକ୍ଷ ଡଲାର ଅର୍ଥନୀତିରେ ପହଞ୍ଚତ୍ବାର ଲକ୍ଷ୍ୟ ରହିଛି। ୮% ହାରରେ କିପରି ଅଭିବୃଦ୍ଧି ହାସଲ ସମ୍ଭବ ହେବ ସେଥିତ୍ପାଇଁ ଆମ ନିକଟରେ ଏକ ସ୍ପଷ୍ଟ ରୂପରେଖା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share