୮ ଦଫା ଦାବିରେ କେନ୍ଦୁଝର ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର,୨୮।୮(ସ୍ବ.ପ୍ର.): ବିଭିନ୍ନ ସମସ୍ୟାର ସମାଧାନ ସହ ୮ ଦଫା ଦାବିରେ କେନ୍ଦୁଝର ଜିଲା ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏହାର କର୍ମଚାରୀମାନେ ବୁଧବାର ଆନ୍ଦୋଳନରେ ବସିଛନ୍ତି। ବେତନର ଅସମାନତା ଦୂର ପାଇଁ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା, ସବୁ ଶ୍ରେଣୀର କର୍ମଚାରୀଙ୍କ ନିଯୁକ୍ତି ନିୟମକୁ ଗ୍ରହଣ, ୱାର୍କ ନିୟମ ଲାଗୁ, ଆନ୍ତଃ ରାଜ୍ୟ ସ୍ଥାନାନ୍ତର ନିୟମକୁ ସ୍ଥାୟୀ ନୀତିରେ ପରିବର୍ତ୍ତନ, ସହାୟକ ଆୟୁକ୍ତଙ୍କଠାରୁ ଆରମ୍ଭକରି କ୍ଷେତ୍ରୀୟ ଆୟୁକ୍ତଙ୍କ ପର୍ଯ୍ୟନ୍ତ ଆର୍ଥିକ କ୍ଷମତାକୁ ପୁନଃ ଲାଗୁ, ଖାଲିଥିବା ପଦବୀ ପୂରଣ ଆଦି ଦାବିରେ ଏକଦିବସୀୟ ପ୍ରତୀକ ଧର୍ମଘଟ ନେଇ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି।