୮ ଦଫା ଦାବି ନେଇ ଧାରଣାରେ ବସିଲେ ଗ୍ରାମବାସୀ

ବଡବିଲ, ୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ବଡବିଲ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ କମ୍ପାନୀ ବିରୋଧରେ କାରାଖେଣ୍ଡ୍ରା ଗ୍ରାମବାସୀ ମଙ୍ଗଳବାର ସକାଳୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ସ୍ବାସ୍ଥ୍ୟସେବା, ଗମନାଗମନ ବ୍ୟବସ୍ଥା ଆଦି ୮ ଦଫା ଦାବି ନେଇ ଉଲିବୁରୁ ଗ୍ରାମ ଓ ପ୍ଲାଣ୍ଟକୁ ଯାଇଥିବା ରାସ୍ତା ଅବରୋଧ କରି ଗ୍ରାମବାସୀ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିବ ବୋଲି ପଞ୍ଚାୟତ ସମିତି ସଭ୍ୟ ତୁଳସୀ ମୁଣ୍ଡା ଚେତାବନୀ ଦେଇଛନ୍ତି।