୮ ଦଫା ଦାବି ନେଇ ରାଜ୍ୟ ସମବାୟ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟ ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ବୁଧବାର ୮ ଦଫା ଦାବି ନେଇ ସ୍ଥାନୀୟ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ରାଜ୍ୟ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ୍‌ଗୁଡ଼ିକରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ୭ମ ବେତନ ଆଧାରରେ ବେତନ, ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ କରିବା, ବଜେଟ୍‌ରେ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ୩୦୦ କୋଟିର ବଜେଟ୍‌ ରଖିବା ପରି ମୋଟ ୮ଟି ଦାବି ନେଇ ଏହି ଧାରଣା ଅନୁଷ୍ଠିତ ହୋଇଥିଲା। ଗୁରୁବାର ମଧ୍ୟ ଏହି ଧାରଣା ଜାରି ରହିବାକୁ ଥିବାବେଳେ ପୂର୍ବାହ୍ନରେ ୯ତାଲା ନିକଟରେ ଥିବା ନିବନ୍ଧକ ସମବାୟ ସମିତି ସମ୍ମୁଖରେ ଧାରଣା ଦିଆଯିବ ବୋଲି ମହାସଂଘ ସଭାପତି ସୀତାରାମ ପ୍ରଧାନ ପ୍ରକାଶ କରିଛନ୍ତି। ଆୟୋଜିତ ଧାରଣାରେ ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Share