୮ ଦିନରେ ୫୫୨ ଚାଳକଙ୍କୁ ୫.୫୫ ଲକ୍ଷ ଟଙ୍କାର ଚାଲାଣ

ବ୍ରହ୍ମପୁର ଅଫିସ,୧୦ା୧୨-ସଡକ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟ ନେଇ ସରକାର ଟ୍ରାଫିକ ନିୟମ ସଂଶୋଧନ କରିଥିଲେ। ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ସାରା ଭାରତ ବର୍ଷରେ ଲାଗୁ ହୋଇଥିଲା। ଓଡ଼ିଶାରେ ଏହି ନିୟମ ଲାଗୁ ବେଳେ ପୋଲିସ ଓ ଗାଡି ଚାଳକଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଗାଡି ଚାଳକମାନେ ସେମାନଙ୍କ ଇନ୍‌ସ୍ୟୁରାନ୍ସ, ଫିଟନେସ୍‌, ପ୍ରଦୂଷଣ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସରକାର ୩ ମାସ ଅର୍ଥାତ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେଇଥିଲେ। ଡିସେମ୍ବର ୧ ପୂର୍ବରୁ ପୁଣିଥରେ ସରକାର ୩ ମାସ ସମୟ ଦେଇଛନ୍ତି। ଅନ୍ୟପଟେ ଡିସେମ୍ବର ୧ ରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି। ବିନା ହେଲମେଟ, ୩ ଜଣ ବସି ଯାଉଥିବା ଚାଳକ, ଭୁଲ ସ୍ଥାନରେ ପାର୍କିଂ ଓ ନିଶାସକ୍ତ ଚାଳକଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବ୍ରହ୍ମପୁର ସହରରେ ଟ୍ରାଫିକ ନିୟମ ନ ମାନି ଗାଡି ଚଳାଉଥିବା ୫୫୨ ଜଣ ଚାଳକଙ୍କ ଉପରେ ଜରିମାନା ଧାର୍ଯ୍ୟ କରିଛି। ଡିସେମ୍ବର ୧ ରୁ ୮ ତାରିଖ ମଧ୍ୟରେ ୫ ଲକ୍ଷ ୫୫ ହଜାର ଟଙ୍କାର ଇ-ଚାଲାଣ ୫୫୨ ଜଣ ଚାଳକଙ୍କ ନିକଟକୁ ପଠାଯାଇଥବା ଟ୍ରାଫିକ ଡ଼ିଏସ୍‌ପି ସାର୍ଥକ ରାୟ ସୂଚନା ଦେଇଛନ୍ତି। ଏହା ସହିତ ମୋବାଇଲ ଫୋନରେ କଥା ହୋଇ ଗାଡି ଚଳାଉଥିବା ୧୪ ଜଣ ଚାଳକଙ୍କ ଡ୍ରାଇଭିଂ ଲାଇସେନ ସସ୍‌ପେନ୍‌ସନ (କାର୍ଯ୍ୟଚ୍ୟୁତ) ପାଇଁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ସେହିପରି ଏହି ୮ ଦିନ ମଧ୍ୟରେ ୧୨ ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ଟ୍ରାଫିକ ପୋଲିସ ଧରି କୋର୍ଟ ଚାଲାଣ କରିଛି। ଡିସେମ୍ବର ୧ ରେ ୯୮ ଜଣ ବିନା ହେଲମେଟରେ ଗାଡି ଚଳାଉଥିବା ଏବଂ ୩ ଜଣିଆ ଯାଉଥିବା ଅଭିଯୋଗରେ ୧୦୧ ବାଇକ୍‌ ଚାଳକଙ୍କୁ ୧ ଲକ୍ଷ ୧ ହଜାର ଟଙ୍କା ଜରିମାନା ବାବଦକୁ ଇ-ଚାଲାଣ ପଠାଯାଇଥିଲା। ସେହିପରି ୨ ତାରିଖରେ ୭୨ ଜଣ ବିନା ହେଲମେଟରେ ଗାଡି ଚଳାଉଥିବା ଅଭିଯୋଗରେ ୭୨ ହଜାର ଟଙ୍କା, ୩ରେ ୭୭ ଜଣ ବିନା ହେଲମେଟ ଓ ଟ୍ରିପଲ ରାଇଡିଂ କରୁଥିବା ଅଭିଯୋଗରେ ୩ଜଣ ମୋଟ ୭୮ ଚାଳକଙ୍କଠାରୁ ୭୯ ହଜାର ଟଙ୍କା, ୪ ତାରିଖରେ ୬୫ ଜଣ ବିନା ହେଲମେଟ, ଟ୍ରିପଲ ରାଇଡିଂରେ ୨ ଜଣ ଓ ରଙ୍ଗ୍‌ ପାର୍କିଂ ଅଭିଯୋଗରେ ୩ ଜଣଙ୍କୁ ଏହିପରି ମୋଟ ୭୦ ଜଣଙ୍କଠାରୁ ୭୦ ହଜାର ଟଙ୍କା, ୫ରେ ୮୦ ଜଣ ବିନା ହେଲମେଟ ବାଇକ୍‌ ଚାଳକ ଓ ଟ୍ରିପଲ ରାଇଡିଂରେ ଜଣେ ଚାଳକ ୮୧ଜଣକଠାରୁ ୮୧ ହଜାର ଟଙ୍କା, ୬ରେ ୩୨ ଜଣ ବିନା ହେଲମେଟ ଚାଳକଙ୍କୁ ୩୨ ହଜାର ଟଙ୍କା, ୭ରେ ୭୧ ଜଣ ବିନା ହେଲମେଟଧାରୀ, ଜଣେ ଟ୍ରାଫିକ ନିୟମ ଭାଙ୍ଗି ନୋ ଏଣ୍ଟ୍ରିରେ ପ୍ରବେଶ କରିବା ଓ ଟ୍ରିପଲ ରାଇଡିଂରେ ଏହିପରି ମୋଟ ୭୩ଜଣକଠାରୁ ୭୫ ହଜାର ଟଙ୍କା ଓ ୮ତାରିଖରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ୪୫ ଜଣ ଚାଳକଙ୍କୁ ୪୫ ହଜାର ଟଙ୍କାର ଇ-ଚାଲାଣ ପଠାଯାଇଥିବା ଟ୍ରାଫିକ ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri