ନୂଆଦିଲ୍ଲୀ,୧୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଗିରଫ କରାଯାଇ କୋର୍ଟରେ ସୋମବାର ହାଜର କରାଯାଇଥିଲା। ତାଙ୍କୁ ୮ ଦିନ ପୋଲିସ ରିମାଣ୍ଡରେ ରଖାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ଥାନର ବୁନ୍ଦିର ସଦର ଥାନାରେ ଏନେଇ ଏକ ମାମଲା ଦାଏର ହୋଇଥିଲା। ମୋତିଲାଲ ନେହେରୁଙ୍କ ଉପରେ ଏକ ଭିଡ଼ିଓ ପ୍ରସ୍ତୁତ କରୁଥିବାବେଳେ ପାୟଲ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। କଂଗ୍ରେସ ନେତା ଚର୍ମେଶ ଶର୍ମା ଏନେଇ ଏକ ମାମଲା ଦାଏର କରିଥଲେ। ପାୟଲଙ୍କୁ ଅହମ୍ମଦାବାଦରୁ ଗିରଫ କରି ବୁନ୍ଦି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କ ଜାମିନ ଆବେଦନ ନାମଞ୍ଜୁର କରିବା ସହିତ ପୋଲିସ ରିମାଣ୍ଡରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।