Categories: ଜାତୀୟ

୮ ପାକିସ୍ତାନୀଙ୍କୁ ମିଳିଲା ଭାରତର ନାଗରିକତା

ନୂଆଦିଲ୍ଲୀ,୩୧।୧୨: ରାଜସ୍ଥାନର କୋଟା ସହରରେ ରହୁଥିବା ୮ ପାକିସ୍ତାନୀଙ୍କୁ ଭାରତର ନାଗରିକତା ମିଳିଛି। ଗତ ୨୦୦୦ମସିହାରୁ ଏମାନେ ରାଜସ୍ଥାନରେ ରହୁଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଏହି ନାଗରିକତା ପ୍ରଦାନ କରାଯାଇଛି। ଏମାନେ ପାକିସ୍ତାନର ସିନ୍ଧ ଅଞ୍ଚଳରୁ ଆସି ଏଠାରେ ରହୁଛନ୍ତି। କୋଟାର ଜିଲାପାଳ ଓମ୍‌ ପ୍ରକାଶ କଶେରା ତାଙ୍କୁ ଏହା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଏମାନଙ୍କୁ ନାଗରିକତା ପ୍ରଦାନ ପାଇଁ ଅନୁମତି ମିଳିଥିବା ବେଳେ ଜିଲାପାଳ ଡିସେମ୍ବର ୩୦ରେ ଏହି ପାକିସ୍ତାନୀଙ୍କୁ ନାଗରିକତା ପ୍ରଦାନ କରିଛନ୍ତି। ଏବେ ଏମାନେ ଭାରତର ବାସିନ୍ଦା ହେବାସହ ଦୀର୍ଘ ବର୍ଷ ଏଠାରେ ରହିବା ପରେ କୌଣସି ଅସୁବିଧାର ସାମ୍ନା କରି ନ ଥିବା ପ୍ରକାଶ କରିଛନ୍ତି। ଏହାସହ ସିନ୍ଧ ଅଞ୍ଚଳରେ ରହୁଥିବା ଅନ୍ୟ ପାକିସ୍ତାନୀମାନେ ମଧ୍ୟ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରୁଥିବା ସେମାନେ କହିଛନ୍ତି।

Share