୮ ଫୁଟର ଅଜଗର ଉଦ୍ଧାର

କୁକୁଡ଼ାଖଣ୍ଡି,୨୫।୬(ଡି.ଏନ.ଏ.)- ଆଙ୍କୁଶପୁର ସଦରଥାନା ସାମ୍ନା ଏକ ହୋଟେଲ ନିକଟରେ ୮ ଫୁଟର ଅଜଗର ସୋମବାର ମଧ୍ୟରାତ୍ରରେ ଉଦ୍ଧାର ହୋଇଛି। ଉଦ୍ଧାର ପରେ ଏହାକୁ ନିକଟସ୍ଥ ଟାମଣା ଜଙ୍ଗଲରେ ଛଡ଼ା ଯାଇଥିବା ବ୍ରହ୍ମପୁର ବନ ବିଭାଗ ସୂଚନା ଦେଇଛି। ସଦର ଥାନା ସାମ୍ନା ହୋଟେଲ ନିକଟରେ ବୁଲୁଥିବା ସ୍ଥାନୀୟ ଲୋକେ ପ୍ରଥମେ ସାପଟିକୁ ଦେଖିଥିଲେ। ତୁରନ୍ତ ଏନେଇ ସ୍ନେକ୍‌ ହେଲପ୍‌ ଲାଇନର ସଦସ୍ୟ ସ୍ବାଧୀନ କୁମାର ସାହୁଙ୍କୁ ଖବର ଦିଆଯାଇଥିଲା। ସ୍ବାଧୀନ ଓ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଏହି ସ୍ଥାନରେ ପହଞ୍ଚତ୍ ସାପଟିକୁ ଉଦ୍ଧାର କରିଥିଲେ। ପରେ ନିକଟସ୍ଥ ବ୍ରହ୍ମପୁର ବନ ବିଭାଗକୁ ସାପଟି ହସ୍ତାନ୍ତର କରାଯାଇଥିଲା।

Share