୮ ବରିଷ୍ଠ ଓଏଏସ୍‌ଙ୍କୁ ଆଇଏଏସ୍‌ ପଦୋନ୍ନତି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):: ରାଜ୍ୟ ସରକାରଙ୍କ ୮ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଆଇଏଏସ୍‌ ଅଫିସର ପାହ୍ୟା ପଦୋନ୍ନତିକୁ କେନ୍ଦ୍ର ସରକାର ମୋହର ମାରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କାର୍ମିକ ମନ୍ତ୍ରଣାଳୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। ଆଇଏଏସ୍‌କୁ ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ମୁରଲୀଧର ବାରିକ, ସୁଶାନ୍ତ କୁମାର ବାରିକ, ଉମାକାନ୍ତ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଶୁଭେନ୍ଦୁ କାନୁନଗୋ, ରାମକୃଷ୍ଣ ସାହୁ, ରବୀନ୍ଦ୍ର ନାଥ ସାହୁ ଏବଂ ଚିତ୍ତରଞ୍ଜନ ମହାନ୍ତି। ଭାରତୀୟ ପ୍ରଶାସନିକ ସେବା (ନିଯୁକ୍ତି ପ୍ରମୋଶନ ଦ୍ୱାରା) ରେଗୁଲେଶନ-୧୯୫୫ ଏବଂ ରୁଲ-୩ ଅନୁଯାୟୀ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ୨୦୧୮ ଓଡ଼ିଶା କ୍ୟାଡର ଚୟନ ତାଲିକାରେ ଏହି ଅଧିକାରୀମାନଙ୍କୁ ଖାଲି ପଦବୀରେ ନିଯୁକ୍ତି ଦିଆଯିବ।

Share