୮ ବର୍ଷ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ମୃତ୍ୟୁ ହେବ ବୋଲି ଟୁଇଟ୍‌ କରିଥିଲେ ଏହି ବ୍ୟକ୍ତି

କାର୍ଲିଫର୍ଣ୍ଣିଆ,୨୭।୧: ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଆସିବା ପରେ ଆମେରିକାରେ ଶୋକର ଛାୟା ଖେଳିଯାଇଛି। ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହେବ ବୋଲି ୨୦୧୨ରେ ଜଣେ ବ୍ୟକ୍ତି ଟୁଇଟ୍‌ ଯୋଗେ ଭବିଷ୍ୟବାଣୀ କରିଥିଲେ। ନୋସୋ ନାମକ ଜଣେ ବ୍ୟକ୍ତିଙ୍କ ଏହି ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନୋସୋ ୨୦୧୨ ମସିହା ନଭେମ୍ବର ୧୩ରେ ଟୁଇଟ୍‌ କରିଥିଲେ କି କୋବେ ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବ। ଯାହା ଏବେ ସତ ହୋଇଛି। ୫ ଥର ଏନବିଏ ଚାମ୍ପିଅନ ହୋଇଥିବା ବ୍ରାଏଣ୍ଟ ଏକ ବେସରକାରୀ ହେଲିକପ୍ଟରେ ଯାଉଥିବାବେଳେ ତାହା ଏକ ପାହାଡରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ ବାଏଣ୍ଟ ଏବଂ ତାଙ୍କ ୧୩ ବର୍ଷର ଝିଅ ଜିଆନାଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଛି।

Share