Categories: ଫୁରସତ

୮ ବର୍ଷ ବାଳକର ଆୟ ୧୮୪ କୋଟି

ନ୍ୟୁୟର୍କ: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ଆୟ ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ରେୟାନ କାଜି ନାମକ ଜଣେ ବାଳକ ଏପରି କରି ଦେଖାଇଛନ୍ତି। ତାଙ୍କର ପ୍ରକୃତ ନାମ ରେୟାନ ଗୌନ୍‌। ୨୦୧୫ରେ ସେ ମାତ୍ର ସାଢ଼େ ୩ ବର୍ଷ ବୟସରେ ରେୟାନ୍ସ୍‌ ଓ୍ବାଲର୍‌ଡ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିଥିଲେ। ଗତ ୩ ବର୍ଷ ମଧ୍ୟରେ ତାଙ୍କ ଚ୍ୟାନେଲକୁ ୩୫ ଶହ କୋଟି ଭିୟୁ ମିଳିଛି। ଇତିମଧ୍ୟରେ ୨୦୧୯ ସୁଦ୍ଧା ତାଙ୍କର ଚ୍ୟାନେଲର ସବ୍‌ସ୍କ୍ରାଇବର ସଂଖ୍ୟା ୨୨୯ ଲକ୍ଷ। ଫୋବର୍ସ ପତ୍ରିକା ଅନୁସାରେ ୨୦୧୮ରେ ତାଙ୍କର ରୋଜଗାର ୨୨ ନିୟୁତ ଡଲାର ଥିଲା। ରେୟାନଙ୍କ ଭିଡ଼ିଓକୁ ତାଙ୍କ ମାତାପିତା ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥାନ୍ତି।

Share