୮ ମାସର ପିଲାର ନାଁ ରଖିଲେ ଗୁଗୁଲ: ମିଳିଲା ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ ଆଓ୍ବାର୍ଡ

ଜାକର୍ତ୍ତା,୧।୭: ପିଲାଙ୍କ ନାମକରଣକୁ ନେଇ ପିତାମାତା ସବୁବେଳେ ଭିନ୍ନ କିଛି ଚିନ୍ତା କରିଥାଆନ୍ତି। ହେଲେ ଇଣ୍ଡୋନେସିଆର ଜଣେ ଦମ୍ପତି ନିଜ ୮ ମାସର ପିଲାର ନାଁ ରଖିଛନ୍ତି ଗୁଗୁଲ। ଆଉ ଏହାକୁ ନେଇ ପିଲାଟିକୁ ଏବେ ମିଳିଛି ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ ଆଓ୍ବାର୍ଡ। ଇଣ୍ଡୋସେନିଆରେ ରହୁଥିବା ଏଣ୍ଡି ସୁପୁତ୍ରା ନାମକ ଜଣେ ମହିଳା ତାଙ୍କ ପୁଅର ନାମକରଣ ପାଇଁ ଅନେକ ଲୋକଙ୍କର ସାହାଯ୍ୟ ନେଇଥିଲେ। କାରଣ ସେ ଚାହୁଁଥିଲେ ତାଙ୍କ ପୁଅର ନାମ ସବୁଠାରୁ ନିଆରା ହେଉ। ହେଲେ ତାଙ୍କୁ ଯେତେ ପ୍ରସ୍ତାବ ଆସିଲା କେଉଁଟାରେ ତାଙ୍କର ମନ ମାନିଲାନି। ଏହାପରେ ସେ ପୁଅର ନାଁ ଏକ ଟେକ୍ନିକାଲ ନାଁ ଅନୁଯାୟୀ ଦେବେ ବୋଲି ସ୍ଥିର କଲେ। ଏହାପରେ ସେ ପୁଅର ନାଁ ରଖିଲେ ଗୁଗୁଲ। ଏଣ୍ଡିଙ୍କ କହିବା କଥା ହେଲା ବିଶ୍ୱରେ ଦିନକୁ ପ୍ରାୟ ମିଲିୟନ ଟାଇମ୍ସ ଏହି ନାଁକୁ ଉଚ୍ଚାରଣ କରାଯାଉଛି। ତେଣୁ ଏହାହିଁ ତାଙ୍କ ପୁଅ ପାଇଁ ଖାପଖାଇବ। ଏବେ ଏଣ୍ଡିଙ୍କ ପୁଅ ଗୁଗୁଲଙ୍କ ନାଁ ପାଲଟି ଯାଇଛି ବିଶ୍ୱର ଷ୍ଟ୍ରଙ୍ଗେଷ୍ଟ ନେମ୍‌।

Share