Categories: ଖେଳ

୮ ରନରେ ମାଳଦ୍ୱୀପ ଅଲ୍‌ଆଉଟ ଖାତା ଖୋଲିପାରିଲେନି ୯ଜଣ

ପୋଖରା (ନେପାଳ),୮।୧୨(ପି.ଟି)- ମାଳଦୀପ ମହିଳା କ୍ରିକେଟ ଦଳ ମାତ୍ର ୯ ରନରେ ଅଲଆଉଟ ହୋଇ ଏକ ବିରଳ ତଥା ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଏଠାରେ ଚାଲିଥିବା ୧୩ତମ ସାଉଥ୍‌ ଏସିଆନ ଗେମ୍ସରେ ତୃତୀୟ ସ୍ଥାନ ପ୍ଲେ- ଅଫ୍‌ରେ ଘରୋଇ ନେପାଳ ବିପକ୍ଷ ଟି୨୦ ମ୍ୟାଚ୍‌ରେ ମାଳଦ୍ୱୀପ ଏହି ଦୟନୀୟ ପ୍ରଦର୍ଶନ କରିଛି। ଏହା ମହିଳା ଟି୨୦ ଅନ୍ତର୍ଜାତୀୟ ଇତିହାସରେ ଦ୍ୱିତୀୟ ସର୍ବନିମ୍ନ ସ୍କୋର ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ ଗତ ଜୁନ୍‌ରେ ରଓ୍ବାଣ୍ଡା ବିପକ୍ଷରେ ମାଲି ମାତ୍ର ୬ ରନରେ ଆଉଟ ହୋଇ ରେକର୍ଡ ସର୍ବନିମ୍ନ ସ୍କୋର କରିଥିଲା।
ଟସ୍‌ ଜିତି ମାଳଦୀପ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୋ ୮ରୁ ୭ ରନ୍‌ ଅତିରିକ୍ତ ରହିଥିଲା। ଏହି ଅତିରକ୍ତ ରନ୍‌ଗୁଡିକ ଓ୍ବାଇଡ ବଲରୁ ହିଁ ଆସିଥିଲା। ଓପନର ଅଇମା ଅଇଶାଥ ଏକମାତ୍ର ରନ ସଂଗ୍ରହ କରିଥିଲେ। ବାକି ୯ଜଣ ଶୂନରେ ଆଉଟ ହୋଇଥିଲେ। ଦଳ ୧୧.୩ ଓଭରରେ ଅଲଆଉଟ ହୋଇଥିଲା। ତେବେ ଅଧିନାୟିକା ଜୁନା ମାରିୟାମ ୧୬ଟି ବଲ ଖେଳି ଅଧିକ ସମୟ କ୍ରିଜ୍‌ରେ ରହିଥିଲେ। ସେ ବିନା ସ୍କୋରରେ ନେପାଳର କରୁନା ଭଣ୍ଡାରୀଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ନେପାଳ ତରଫରୁ ଅଞ୍ଜଳୀ ଚାନ୍ଦ ୧ ବୟ କରି ସର୍ବାଧିକ ୪ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ନେପାଳ ଓପନର କାଜଲ ଶ୍ରେଷ୍ଠ ଓ ରୋମା ଥାପ୍ପା ୭ଟି ବଲ୍‌ ଖେଳି ଦଳକୁ ବିଜୟୀ କରାଇଥିଲେ।

Share