ନୂଆଦିଲ୍ଲୀ, ୨୪।୫: ମୋଦି ସୁନାମୀରେ ଧ୍ୱସଂ ପାଇଛି ବିପକ୍ଷ ଗଡ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଦ ନିଜ ଗଡରୁ ହାରିଯାଇଥିଲାବେଳେ ସାରା ଦେଶରେ ମଧ୍ୟ କଂଗ୍ରେସ ପ୍ରଦର୍ଶନ ନିରାଶାଜନକ ରହିଛି। ଦଳ ୮ ରାଜ୍ୟରେ ଚିତ୍ପଟାଙ୍ଗ ମାରିଛି। ଅର୍ଥାତ୍ ଏଠାରେ କୌଣସି ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି। ସେହିସବୁ ରାଜ୍ୟଗୁଡିକ ହେଲା- ରାଜ୍ୟଗୁଡ଼ିକ ହେଲା ଗୁଜରାଟ(୨୬ଟି ଆସନ), ରାଜସ୍ଥାନ(୨୫ଟି ଆସନ), ଦିଲ୍ଲୀ(୭ଟି ଆସନ), ହିମାଚଳ ପ୍ରଦେଶ(୪ଟି ଆସନ), ତ୍ରିପୁରା(୨ଟି), ଅରୁଣାଚଳ ପ୍ରଦେଶ(୨ଟି), ହରିୟାନା(୧୦ଟି) ଏବଂ ଉତ୍ତରାଖଣ୍ଡ(୫ଟି)। ଏହିସବୁ ରାଜ୍ୟରେ ଭାଜପା କ୍ଲିନ ସୁଇପ କରିଛି।