Categories: ଜାତୀୟ

୮ ରାଜ୍ୟରେ ହିନ୍ଦୁଙ୍କୁ ମିଳୁ ଅଳ୍ପସଂଖ୍ୟକ ମାନ୍ୟତା: ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୦।୨: ଦେଶର ୮ ରାଜ୍ୟରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକରେ ହିନ୍ଦୁ ଅଳ୍ପସଂଖ୍ୟକ ରହିଛନ୍ତି ସେଠାରେ ଏଭଳି ଆବେଦନ କରାଯାଉ। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ କରାଯାଇଥିବା ଏହି ଆବେଦନର ବିଚାର କରି ସୁପ୍ରିମ୍‌କୋର୍ଟ ଏଭଳି କହିଛନ୍ତି। ୨୦୧୧ ଜନଗଣନା ଅନୁସାରେ ଅଶ୍ୱିନୀ ଏହି ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ଲାକ୍ଷାଦ୍ୱୀପ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ଜମ୍ମୁ-କଶ୍ମୀର, ଅରୁଣାଚଳ ପ୍ରଦେଶ,ମଣିପୁର ଏବଂ ପଞ୍ଜାବରେ ହିନ୍ଦୁ ଅଳ୍ପ ସଂଖ୍ୟକ ଥିବା ଆବେଦନରେ ଦର୍ଶାଯାଇଥିଲା। ଏସବୁ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ଯଥାକ୍ରମେ ୨.୫, ୨.୭୫, ୮.୭୫, ୧୧.୫୩, ୨୮.୪୪, ୨୯, ୩୧.୩୯ ଏବଂ ୩୮.୪୦ ପ୍ରତିଶତ ଥିବା ଅଶ୍ୱିନୀ ଆବେଦନରେ ସୂଚିତ କରିଥିଲେ।

Share