Categories: ଜାତୀୟ

୮ ହଜାର ଅର୍ଦ୍ଧସାମରିକ ଯବାନ ଯିବେ ଜମ୍ମୁ-କଶ୍ମୀର: ଦେଶର ବିଭିନ୍ନ ସ୍ଥାନରୁ ହେବେ ଏୟାରଲିଫ୍ଟ

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀର ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ଘୋଷଣା ପରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଠାକୁ ଅତିରିକ୍ତ ୮ ହଜାର ଅର୍ଦ୍ଧସାମରିକ ଯବାନଙ୍କୁ ପଠାଯିବାର ଯୋଜନା କରାଯାଇଛି। ଯବାନମାନଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଏୟାର ଲିଫ୍ଟ କରାଯିବ ବୋଲି କୁହାଯାଉଛି। ସେନା ବିମାନରେ ଯବାନମାନଙ୍କୁ ଜମ୍ମୁ-କଶ୍ମୀରରେ ପହଞ୍ଚାଇ ଦିଆଯିବ। ପରେ ସେମାନଙ୍କୁ ବିଭିନ୍ନ ଅଞ୍ଚଳକୁ ପଠାଯିବ। ସୂଚନାଯୋଗ୍ୟ, ଐତିହାସିକ ଘୋଷଣା ପୂର୍ବରୁ ଜମ୍ମୁ-କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Share