Categories: ବାଣିଜ୍ୟ

୮.୬୫%କୁ ବୃଦ୍ଧି ପାଇଲା ଇପିଏଫ୍‌ ସୁଧ ହାର, ୬ କୋଟି ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଫାଇଦା

ନୂଆଦିଲ୍ଲୀ,୨୪-୯: ଦୀର୍ଘ ୭ ମାସ ଧରି ଅପେକ୍ଷା କରିବା ପରେ କେନ୍ଦ୍ର ସରକାର ଶେଷରେ ମଙ୍ଗଳବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଇପିଏଫ୍‌ ସୁଧ ହାର ୮.୬୫%କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁ ପ୍ରାୟ ୬ କୋଟି ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଫାଇଦା ମିଳିବ। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ଚଳିତବର୍ଷ ଫେବୃୟାରୀରେ ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଇପିଏଫ୍‌ ଉପରେ ସୁଧ ହାରକୁ ୮.୬୫%କୁ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଥିଲା। ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ପ୍ରଦାନ ପରେ ଶ୍ରମ ମନ୍ତ୍ରଣାଳୟ ପକ୍ଷର ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି। ୨୦୧୭-୧୮ ଲାଗି ଇପିଏଫ୍‌ଓ ୮.୫୫ ପ୍ରତିଶତ ସୁଧ ପ୍ରଦାନ କରୁଥିଲା। ୨୦୧୬-୧୭ରେ ମଧ୍ୟ ସମାନ ସୁଧ ହାର ପ୍ରଦାନ କରାଯାଉଥିଲା। ଗଙ୍ଗଓ୍ବାର କହିଛନ୍ତି ଯେ, ଅର୍ଥ ମନ୍ତ୍ରଣାଳୟ ସୁଧ ହାର ବୃଦ୍ଧିକୁ ଅନୁମୋଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯାହାକୁ ପାଳନ କରାଯାଇଛି। ଏଥିରେ ୦.୧୦% ବୃଦ୍ଧି କରାଯାଇଛି। ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର କହିଛନ୍ତି ଯେ, ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୯ରେ ବିଧିବଦ୍ଧ ଭାବେ ସୁଧ ହାର ବୃଦ୍ଧିକୁ ଅନୁମୋଦନ କରାଯାଇଛି। ସେ କହିଛନ୍ତି ଯେ, ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ଖାତାକୁ ପ୍ରାୟ ୫୪ ହଜାର କୋଟି ଟଙ୍କା ପ୍ରଦାନ କରାଯିବ

Share