୯ରେ କ୍ୟାବିନେଟ୍‌

ଭୁବନେଶ୍ୱର,୭ା୩(ବ୍ୟୁରୋ):ଆସନ୍ତା ୯ ତାରିଖରେ ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବ। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତିରାଜ ଓ ପାନୀୟଜଳ, ମିଶନ ଶକ୍ତି, ସ୍ବାସ୍ଥ୍ୟ, ଜଳସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ, ରାଜସ୍ବ, ଶିଳ୍ପ ବିଭାଗର ପ୍ରାୟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି। ଏହାଛଡ଼ା କେତୋଟି ଆଇନରେ ସଂଶୋଧନ ଅଣାଯିବା ସହ ପାନୀୟଜଳ, ବିଭିନ୍ନ ପ୍ରକଳ୍ପକୁ ଜମି, କ୍ୟାଡର ପୁନର୍ଗଠନ ଆଦି ପ୍ରସ୍ତାବ ଅନୁମୋଦନ ଲାଭ କରିବ। ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍‌ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି।

Share