Categories: ମେଟ୍ରୋ

୯୦ ଡାଲା ଅଟୋରେ ବିକ୍ରି ହେଲା ପରିବା

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ୨୧ଦିନର ଲକ୍‌ଡାଉନ୍‌କୁ ଲକ୍ଷ୍ୟ କରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ତା’ର ୩ଟି ଜୋନରେ ୩୦ଟି ଲେଖାଏ ୯୦ଟି ଡାଲା ଅଟୋରେ ପରିବା ବିକ୍ରି କରିବା ପାଇଁ ଅନୁମତି ଦେଇଛି। ଇଚ୍ଛୁକ ପରିବା ବ୍ୟବସାୟୀମାନେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଅଟୋ ସାହାଯ୍ୟରେ ପରିବା ବିକ୍ରି କରୁଥିବାର ନଜରକୁ ଆସିଛି। ଭୁବନେଶ୍ୱରବାସୀ କିପରି ଘରେ ରହିବା ସହ କରୋନା ସଂକ୍ରମଣରୁ ବର୍ତ୍ତିପାରିବେ ସେନେଇ ବିଏମ୍‌ସି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। କେନ୍ଦ୍ର ତଥା ରାଜ୍ୟ ସରକାର ଲୋକଙ୍କୁ ଘରେ ରହି କରୋନା ଭୂତାଣୁରୁ ନିରାପତ୍ତା ରହିବାକୁ କହିଛନ୍ତି। ଏଥିପାଇଁ ବିଏମ୍‌ସି ଲୋକଙ୍କୁ ସଚେତନ କରିବା ସହ ସୁରକ୍ଷା ଦୃଷ୍ଟି ରଖି ଡାଲା ଅଟୋରେ ପରିବା ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିତ୍ବା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ଏସିଏଲ୍‌)ର ଜେନେରାଲ୍‌ ମ୍ୟାନେଜର (ପ୍ରଶାସନିକ) କମଲଜିତ୍‌ ଦାସ କହିଛନ୍ତି। ଲୋକେ ବାହାରକୁ ନ ଆସି ଘରେ ରହି ସବୁ ସୁବିଧା କିପରି ପାଇବେ ସେଥିପ୍ରତି ବିଏମ୍‌ସି ବିଶେଷ ଧ୍ୟାନ ରଖିଛି। ବିଏମ୍‌ସି ଏହା ପୂର୍ବରୁ ଲୋକଙ୍କ ସୁବିଧା ପାଇଁ ହାଟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗୋଲ ଚିହ୍ନ ଟାଣିଥିବା ବେଳେ ମଲ୍‌ ଏବଂ ଷ୍ଟାର କର୍ତ୍ତ୍‌ୃପକ୍ଷଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀକୁ ହୋମ୍‌ ଡେଲିଭରି ପାଇଁ ବ୍ୟବସ୍ଥା କରିଛି।

Share