Advertisement

୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଲା ଚାଇନା

ବେଜିଂ,୧୬ା୫: ଚାଇନା ୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଛି। ପାକିସ୍ତାନୀରୁ କନିଆ ଚାଇନା ଆଣି ସେଠାରେ ସେମାନଙ୍କୁ ଦେହବେପାରରେ ଲଗାଯାଉଥିବା ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଭିଜା ପାଇଁ ଆସିଥିବା ୧୪୨ଟି ଆବେଦନକୁ ଯାଞ୍ଚ୍‌ କରାଯାଇ ସେଥିମଧ୍ୟରୁ ୫୦ଜଣଙ୍କୁ ଭିଜା ଦିଆଯାଇଥିବା ଚାଇନା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟ କରୁଥିବା ର଼୍ୟାକେଟର ପର୍ଦ୍ଦାଫାଶ୍‌ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଚାଇନାରେ କାର୍ଯ୍ୟ କରୁଥିବା କେତେକ ଖ୍ରୀଷ୍ଟିଆନ୍‌ ସଂସ୍ଥା ଅର୍ଥ ଲୋଭ ଦେଖାଇ ଗରିବ ପାକିସ୍ତାନୀ କନିଆଙ୍କୁ ଏଠାକୁ ଆଣି ଏଭଳି କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦୁଇଦେଶ ନାଗରିକଙ୍କ ମଧ୍ୟରେ ହଠାତ୍‌ ବିବାହ ବୃଦ୍ଧି ପାଇବାରୁ ଏହାର ଯାଞ୍ଚ୍‌ କରାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share