ମୁମ୍ବାଇ,୨୮।୯: କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଶନିବାର ୯୦ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରଠାରୋ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ ଲତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ସେହିବର୍ଷାଂରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ଏହାପରେ ସେ ୧୯୪୫ରେ ମୁମ୍ବାଇ ପଳାଇ ଆସିଥିଲେ। ସଙ୍ଗୀତକ୍ଷେତ୍ରରେ ଜୀବନ ବ୍ୟାପି ଉଲ୍ଲେଖନୀୟ ଅବଦାନ ପାଇଁ ୧୯୮୯ରେ ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହାପରେ ୨୦୦୧ରେ ତାଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା।