୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଦେବାକୁ ପଡ଼ିଲା ୫୫ ଲକ୍ଷ ଜରିମାନା

ଲଣ୍ଡନ,୨୪।୧୨: ଏକ ୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଲଣ୍ଡନର ଜଣେ ବ୍ୟକ୍ତିଙ୍କୁ ୫୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ଏସେକ୍ସ୍‌ରେ ବାସ କରୁଥିବା ଷ୍ଟିଫେନ୍ସ୍‌ ଲରେନ୍ସ୍‌ ନାମକ ଏହି ବ୍ୟକ୍ତି ଜଣକ ନିଜ ଘର ପାଖରେ ଥିବା ପୁରୁଣା ଗଛକୁ ହଟାଇବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଆବେଦନ କରିିଥିଲେ। ତେବେ ଏହା ଖାରଜ ହୋଇଯାଇଥିଲା। ଏହାପରେ ଷ୍ଟଫେନ୍ସ୍‌ ଗଛ ଗଣ୍ଡିରୁ ଧାରୁଆ ଅସ୍ତ୍ରରେ ବକଳା ଛଡ଼ାଇଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ କୋର୍ଟ ଏହାର ବିଚାର କରି ଷ୍ଟିଫେନ୍ସ୍‌ଙ୍କୁ ଜରିମାନା ଦଣ୍ଡାଦେଶ କରିଛନ୍ତି।

Share