୯୨ଗାଡିରୁ ୧.୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ହେଲେ କିଛି ଅମାନିଆ ଲୋକ ଏହି ସବୁ ନିୟମକୁ ଉଲ୍ଳଂଘନ କରୁଥିବା ଦେଖିବାକୁ ମିଳୁଛି। ଶୁକ୍ରବାର ଭଦ୍ରକ ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ସକାଳରୁ ରାତି ଭିତରେ ୯୨ଟି ଗାଡି ଯାଞ୍ଚ କରାଯାଇଥିଳା। ଏହି ଯାଞ୍ଚ ସମୟରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୯୨ଟି ଗାଡ଼ିଠାରୁ ପୋଲିସ ପ୍ରାୟ ୧.୨ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି। ତେବେ ସର୍ବାଧିକ ଚାନ୍ଦବାଲିରେ ଜରିମାନା ଆଦାୟ କରାଯାଇଛି। ଚାନ୍ଦବାଲିରେ ୨୯ଟି ଗାଡିରୁ ପୋଲିସ ୨୯ ହଜାର ଟଙ୍କା ଆଦାୟ କରିଛି। ସେହିଭଳି ମାସ୍କ ପିନ୍ଧି ନ ଥିବା ୧୦ଜଣ ବ୍ୟକ୍ତିଙ୍କଠାରୁ ୨ ହଜାର ଟଙ୍କା ଜରିମାନା ସଂଗ୍ରହ କରାଯାଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Share