Categories: ଫୁରସତ

୯୨ ବର୍ଷରେ ବି ହାରିଯାଇନାହାନ୍ତି: ସପ୍ତାହରେ ଦେଖୁଛନ୍ତି ୬୦୦ ରୋଗୀ

ବେଜିଂ: ଚାଇନାର ଜିୟାଙ୍ଗସୁ ଜିଲା ନାନ୍‌ଜିଙ୍ଗ୍‌ ସହରର ସିଟି ହସ୍ପିଟାଲରେ ୯୨ ବର୍ଷୀୟା ମହିଳା ଡାକ୍ତର ଆଓ ଏ ବୟସରେ ଶହ ଶହ ରୋଗୀ ଦେଖୁଛନ୍ତି। ୧୯୯୪ରୁ ସେ ଅବସର ନେଇସାରିଲେଣି। ମାତ୍ର ସେ କୁହନ୍ତି, ଜୀବନରେ ଅବସର କ’ଣ? ମଣିଷ କେବେ ଅବସର ନିଏ ନାହିଁ। ଯେ ପର୍ଯ୍ୟନ୍ତ ଜୀବନ ଅଛି, ରୋଗୀ ଦେଖିବା ମୋ’ କର୍ତ୍ତବ୍ୟ।

ଡକ୍ଟର ଆଓ ଜଣେ ଫିଜିସିୟାନ୍‌ ଏବଂ ବ୍ଲଡ୍‌ ଡିଜିଜ୍‌ ସ୍ପେଶାଲିଷ୍ଟ। ତାଙ୍କ ସ୍ବାମୀ ଏବଂ ପୁଅ ମଧ୍ୟ ଡାକ୍ତର। ୧୯୨୮ରେ ଆଓଙ୍କ ଜନ୍ମ। କାମରେ ତାଙ୍କୁ ବହୁତ ଖୁସି ମିଳିଥାଏ। ଆଓ ଯେତେବେଳେ ଘରୁ ବାହାରିଥାନ୍ତି ମନରେ ରୋଗୀଙ୍କୁ ଧ୍ୟାନ ରଖି ବାହାରିଥାନ୍ତି। ଆଗକୁ ଏହି ସେବା ଜାରି ରଖିବେ। ସେ କେବେ ଅବସର ନେବେ ନାହିଁ। ନା ସେ ନା ତାଙ୍କ ମନ କେବେ ଅବସର ନେବ ନାହିଁ। ଏବେ ସେ ପ୍ରତିଦିନ ୯ ଘଣ୍ଟା ରୋଗୀ ଦେଖୁଛନ୍ତି। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ରୋଗୀସେବାରେ ବ୍ରତୀ ହେବାକୁ ଆଓ ଦୃଢ଼ ପ୍ରତିଜ୍ଞା କରିଛନ୍ତି।

Share