Categories: ଫୁରସତ

୯୨ ବର୍ଷ ବୟସ୍କ ବୃଦ୍ଧ ୧୫ ବର୍ଷ ଧରି ହଜାରେ ଗରିବଙ୍କୁ ପ୍ରତିଦିନ ରାନ୍ଧି ଖୁଆଉଛନ୍ତି

ରୋମ୍‌,୯।୨: ଇଟାଲୀର ଜଣେ ୯୨ ବର୍ଷ ବୟସ୍କ ବୃଦ୍ଧ ଗତ ୧୫ ବର୍ଷ ଧରି ପ୍ରତିଦିନ ହଜାରେରୁ ଅଧିକ ଗରିବ ଲୋକଙ୍କୁ ହାତରେ ରାନ୍ଧି ଖୁଆଉଛନ୍ତି। ତାଙ୍କୁ ଏଥିରେ ସହାୟତା କରିବା ପାଇଁ ୩୦୦ ଜଣିଆ ଏକ ଟିମ୍‌ ରହିଛି। ରାଜଧାନୀ ରୋମ୍‌ରେ ବାସ କରୁଥିବା ଡିନୋ ଇମ୍ପୋଗ୍ଲଆୟାଜୋ ଏଥିଲାଗି ଏକ କିଚେନ୍‌ ମଧ୍ୟ ତିଆରି କରିଛନ୍ତି। ଡିନୋ ଏବଂ ତାଙ୍କ ଟିମ୍‌ ସପ୍ତାହରେ ୪ ଦିନ ବିଭିନ୍ନ ଫୁଡ୍‌ ବଜାର ଏବଂ ବେକେରିରୁ ଅନୁଦାନ ସଂଗ୍ରହ କରିଥାନ୍ତି। ସଂଗୃହୀତ ଅନୁଦାନରେ ଗରିବଙ୍କ ପାଇଁ ଖାଦ୍ୟ ରନ୍ଧାଯାଇଥାଏ। ଡିନୋଙ୍କ ଏଭଳି କାର୍ଯ୍ୟକୁ ରାଷ୍ଟ୍ରପତି ସର୍ଜିୟୋ ମଟାରେଲା ପ୍ରଶଂସା କରିଛନ୍ତି।

Share