Categories: ଜାତୀୟ

୯୨ ରାଷ୍ଟ୍ରାୟତ କମ୍ପାନୀରେ ବିନିବେଶ ଯୋଜନା: ମୋଦି ସରକାରଙ୍କୁ ଚେତାବନୀ ଦେଲା ସ୍ବଦେଶୀ ଜାଗରଣ ମଞ୍ଚ

ପୁଣେ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ୯୨ଟି ରାଷ୍ଟ୍ରାୟତ କମ୍ପାନୀରେ ବିନିବେଶ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଛନ୍ତି। ଏସବୁ କମ୍ପାନୀ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ ଏବଂ ଏୟାର ଇଣ୍ଡିଆ ଆଦି ରାଷ୍ଟ୍ରାୟତ କମ୍ପାନୀ ରହିଛନ୍ତି। ସରକାରଙ୍କ ଏହି ଯୋଜନାକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ଆର୍ଥିକ ଶାଖା ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି। ଏହାଦ୍ୱାରା ଦେଶର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଯୋଜନା ଉପରେ ମୋଦି ସରକାର ପୁନର୍ବିଚାର କରିବା ଆବଶ୍ୟକ। ମଞ୍ଚ ପକ୍ଷରୁ ପୁଣେଠାରେ ହୋଇଥିବା ଦୁଇଦିନିଆ ବୈଠକରେ ଏନେଇ ମତ ପ୍ରକାଶ ପାଇଛି।

Share