୯୨ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଗତ ୨ ମାସ ମଧ୍ୟରେ ୯୨ଜଣ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ନିକଟରେ ଅସ୍ଥିଶଲ୍ୟ ବିଭାଗର ଜଣେ ଫ୍ୟାକଲ୍ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଉକ୍ତ ୯୨ ଜଣ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ଜଣେ ଫ୍ୟାକଲ୍ଟି, ୨ ରେସିଡେଣ୍ଟ ଡାକ୍ତର, ୧୩ ନର୍ସିଂ ଷ୍ଟାଫ୍‌, ୪୫ ସିକ୍ୟୁରିଟି ଗାର୍ଡ, ୧୨ ପରିମଳ କର୍ମଚାରୀ ଓ ଆହୁରି କେତେଜଣ ଟେକ୍ନିସିଆନ୍‌, ହସ୍ପିଟାଲ ଆଟେଣ୍ଡାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର ଇତ୍ୟାଦି। ତେବେ ସଂକ୍ରମିତ ହୋଇଥିବା ୯୨ ଜଣଙ୍କ ମଧ୍ୟରୁ କେତେଜଣ ସୁସ୍ଥ ହୋଇ ସେମାନଙ୍କ କାମରେ ଯୋଗ ଦେଲେଣି ବୋଲି କହିଛନ୍ତି ଏମ୍ସର ମେଡିକାଲ ସୁପରିଣ୍ଡେଣ୍ଡେଣ୍ଟ ଡାକ୍ତର ଡି. କେ. ଶର୍ମା। ତେବେ ହସ୍ପିଟାଲରେ ଥିବା ସମୟରେ ସମସ୍ତ ରୋଗୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସଂକ୍ରମିତ ସ୍ବାସ୍ଥ୍ୟକର୍ମୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ଡାକ୍ତର ଶର୍ମା କହିଛନ୍ତି।

Share