Categories: ଜାତୀୟ

୯୩ ଘଣ୍ଟା ପରେ ବି ଏଏନ୍‌-୩୨ନିଖୋଜ: ସର୍ଚ୍ଚ ଅପରେସନ୍‌ରେ ସାମିଲ ହେଲା ଅତ୍ୟାଧୁନିକ ସେନ୍ସର ପି୮ଆଇ

ନୂଆଦିଲ୍ଲୀ,୭।୬: ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟର ବିମାନ ଏଏନ୍‌-୩୨ର ଏବେ ବି ପତ୍ତା ମିଳିପାରିନାହିଁ। ଜୁନ ୩ ଦ୍ୱିପହର ୧ଟାରେ ନିଖୋଜ ହୋଇଥିବା ବିମାନର ପତ୍ତା ଲଗାଇବା ପାଇଁ ଭାରତୀୟ ସେନା ନିଜର ସମସ୍ତ ଶକ୍ତି ଲଗାଇଦେଇଛି। ତାମିଲନାଡୁର ଅରାକୋନମରେ ଥିବା ଆଇଏନ୍‌ଏସ୍‌ ରାଜାଲି ଉପରେ ପି୮ଆଇକୁ ମୁତୟନ କରାଯାଇଛି। ଏହି ବିମାନ ଅତ୍ୟାଧୁନିକ ସେନ୍ସର ଦ୍ୱାରା ଗଠନ ହୋଇଥିବା ବେଳେ ଏହା ସମୁଦ୍ରରଠାରୁ ବହୁ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ କ୍ଷମତା ରଖେ। ଏହି ବିମାନ ନିଜର ବିଶେଷ ରାଡାର ଓ ସେନ୍ସର ଦ୍ୱାରା ଏଏନ୍‌-୩୨କୁ ଖୋଜିବାର କାମ କରିବ ବୋଲି ଜଣାପଡ଼ିଛି।

Share