Categories: ବାଣିଜ୍ୟ

୯୫,୩୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨-୧୧: ଉନ୍ନତ ପାର୍ବଣ ଚାହିଦା ସତ୍ତ୍ୱେ ଚଳିତ ବର୍ଷ ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ନିମ୍ନରେ ରହିଛି। ଏହି ସମୟରେ ଜିଏସ୍‌ଟି ବାବଦକୁ ସରକାର ୯୫,୩୮୦ କୋଟି ଟଙ୍କା ଆଦାୟ କରିଥିବା ଜଣାପଡିଛି। ସେପ୍ଟେମ୍ବର ମାସରେ ସରକାର ୯୧,୯୧୬ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ କରିଛନ୍ତି। ଗତ ବର୍ଷ ଅକ୍ଟୋବରେ ୧ ଲକ୍ଷ କୋଟି ଟଙ୍କା ପରୋକ୍ଷ ଟିକସ ସରକାର ସଂଗ୍ରହ କରିଥିଲେ। ଚଳିତ ବର୍ଷ ସମାନ ସମୟରେ ଏଥିରେ ୫.୨୯% ହ୍ରାସ ଘଟିଥିବା ଜଣାପଡିଛି। ଲଗାତର ଭାବେ ତୃତୀୟ ମାସ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ କମ୍‌ ରହିଛି। ଅକ୍ଟୋବରର ମୋଟ୍‌ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ବାବଦ ୧୭,୫୮୨ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ବାବଦ ୨୩,୬୭୪ କୋଟି ଟଙ୍କା, ସମନ୍ବିତ ଜିଏସ୍‌ଟି ବାବଦ ୪୬,୫୧୭ କୋଟି ଟଙ୍କା ଏବଂ ୭୬୦୭ କୋଟି ଟଙ୍କା ସେସ୍‌ ସାମିଲ ରହିଛି। ଏହି ସମୟରେ ୭୩.୮୩ ଲକ୍ଷ ଜିଏସ୍‌ଟି ଆର୍‌ ୩ବି ରିଟର୍ନ ଫାଇଲ କରାଯାଇଛି।

Share