Categories: ଫୁରସତ

୯୫ ବର୍ଷରେ ଗ୍ରାଜୁଏସନ ପାସ କଲେ ଭାଇଭଉଣୀ

କୁହାଯାଏ, ଇଚ୍ଛା ଥିଲେ ମଣିଷ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ। ଏଥିରେ ବୟସ କେବେ ବି ବାଧକ ସାଜେ ନାହିଁ। ଏମିତି ପ୍ରମାଣ କରି ଦେଇଛନ୍ତି ଆମେରିକାର ଡେନଭରରେ ରହୁଥିବା ୯୫ ବର୍ଷୀୟ ଭାଇ ଏବଂ ୯୪ ବର୍ଷୀୟା ଭଉଣୀ। ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଲକ୍ଷ୍ୟସ୍ଥଳରୁ ଓହରି ଯାଇନାହାନ୍ତି। ଦୃଢ଼ ଇଚ୍ଛାଶକ୍ତି ଯୋଗୁ ସଫଳତା ହାସଲ କରିଛନ୍ତି ଡେନଭରରେ ରହୁଥିବା ଜଜ୍‌ ରେମିରେଜ୍‌ ଏବଂ ଏନିଟା ରେମିରେଜ୍‌। ଗ୍ରାଜୁଏସନ ପାସ କରିବାକୁ ୮୦ ବର୍ଷ ଧରି ପଢ଼ିବା ପରେ ଏହି ସଫଳତା ପାଇଛନ୍ତି ଭାଇଭଉଣୀ। ଖାଲି ଏତିକି ନୁହେଁ ହାଇସ୍କୁଲରେ ଭାଇଭଉଣୀ ସାଥୀ ହୋଇ ପଢ଼ିବା ସହ ଡିପ୍ଲୋମା ମଧ୍ୟ ପାସ କରିଛନ୍ତି।

Share