ଭାରତର ଗୁଜରାଟ ଆନନ୍ଦ ଜିଲାର ଖମ୍ବାଟ ଉପକୂଳରେ ମାହି ନଦୀ ଉପତ୍ୟକା ଏବଂ ସମୁଦ୍ରର ସଙ୍ଗମ ସ୍ଥଳରେ ୯୫ ଶହ ବର୍ଷ ଧରି ଏକ ପୁରାତନ ସହର ପାଣିରେ ବୁଡ଼ି ରହିଛି। ଏଭଳି ସମୃଦ୍ଧ ସହର କାହିଁକି ସମୁଦ୍ରରେ ବୁଡ଼ିଗଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିପାରିନାହିଁ। ମିଶର ଦେଶର ଜ୍ୟୋତିର୍ବିଦ୍ ଟୋଲମୀଙ୍କ ଦ୍ୱାରା ରଚନା ହୋଇଥିବା କେତେକ ପୁରାତନ ପୁସ୍ତକରେ ଏହି ସହର ସମ୍ପର୍କରେ ଉଲ୍ଲେଖ ରହିଛି। ୧୭ ବର୍ଷ ତଳେ ୨୦୦୨ରେ ଏହି ସହର ସମ୍ପର୍କରେ ସମୁଦ୍ର ବୁଡ଼ାଳି ଜାଣି ପାରିଥିଲେ। ଏହାପରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନେଇ ଅଧିକ ଗବେଷଣା ଜାରି ରହିଛି।