Categories: ଜାତୀୟ

୯୬ ବର୍ଷ ତଳେ ଆରମ୍ଭ ହୋଇଥିବା ରେଡ଼ିଓ ପ୍ରସାରଣରେ ମୋଦି ଆଣିଛନ୍ତି ନୂଆ କ୍ରାନ୍ତି

ନୂଆଦିଲ୍ଲୀ, ୨୦।୮: ପ୍ରତିବର୍ଷ ଅଗଷ୍ଟ ୨୦ରେ ଭାରତରେ ଜାତୀୟ ଦିବସ ପାଳିତ ହୋଇଥାଏ। ୯୬ ବର୍ଷ ତଳେ ୧୯୨୩ରେ ଦେଶରେ ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଏହାକୁ ଇଣ୍ଡିଆନ୍‌ ବ୍ରୋଡ୍‌କାଷ୍ଟ କମ୍ପାନୀ ଦ୍ୱାରା କରାଯାଇଥିଲା। ୧୯୩୦ରେ ଏହି କମ୍ପାନୀର ଅଥିକ ସ୍ଥିତି ଖରାପ ହୋଇଯାଇଥିଲା। ଏହାକୁ ଇଣ୍ଡିଆନ ଷ୍ଟେଟ୍‌ ବ୍ରୋଡ୍‌କାଷ୍ଟିଂ ସର୍ଭିସ୍‌ ଭାବେ ନାମିତ କରାଯାଇଥିଲା। ୧୯୩୬ରେ ଭାରତରେ ଇମ୍ପୋରିୟଲ ରେଡ଼ିଓ ଅଫ୍‌ ଇଣ୍ଡିଆ ସେବା ଆରମ୍ଭ ହୋଇଥିଲା। ସ୍ବାଧୀନତା ପରେ ଏହାକୁ ଆକାଶବାଣୀ ଭାବେ ନାମିତ କରାଯାଇଥିଲା। ଇତିମଧ୍ୟରେ ମନୋରଞ୍ଜନର ଅନେକ ମାଧ୍ୟମ ଆସିଛି। ତେବେ ରେଡ଼ିଓ ଶୁଣିବାର ମଜା ଲୋକଙ୍କ ମଧ୍ୟରେ ଏବେ ବି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଭାରତୀୟ ରେଡ଼ିଓ ପ୍ରସାରଣ ସେବାକୁ ପୁଣି ବିକଶିତ କରିପାରିଛି। ସୂଚନାଯୋଗ୍ୟ, ଦେଶରେ ଆକାଶବାଣୀର ୪୨୦ ଷ୍ଟେଶନ୍‌ ରହିଛି। ଏହା ଦେଶର ୯୯.୧୯ ପ୍ରତିଶତ ଅଞ୍ଚଳରେ ପ୍ରସାରଣ କାର୍ଯ୍ୟ ଜାରି ରଖିଛି। ଏହା ୨୩ ଭାଷାରେ କାର୍ଯ୍ୟକ୍ରମ ପ୍ରସାରିତ କରୁଛି। ଏହା ସହିତ ସୁବିଧା ପାଇଁ ଦେଶରେ ୨୧୪ଟି କମ୍ୟୁନିଟି ରେଡ଼ିଓ ପ୍ରସାରଣ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି।

Share