Categories: ଜାତୀୟ

୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ନିର୍ଦ୍ଦେଶ

ଡେରାଡୁନ୍‌, ୧୩।୭: ଉତ୍ତରାଖଣ୍ଡର ଋଷିକେଶଠାରେ ଗଙ୍ଗାନଦୀ ଉପରେ ଥିବା ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୯୨୩ରେ ନିର୍ମିତ ହୋଇଥିବା ଏହି ଝୁଲା ପୋଲ ଅତି ଖରାପ ହୋଇ ପଡ଼ିଥିବାରୁ ଏହା ଉପରେ ଦେଇ ଯାତାୟତ ନ କରିବାକୁ ବିଶେଷଜ୍ଞ ଦଳ ପକ୍ଷରୁ ରାଜ୍ୟ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏହା ଉପରେ ଚଳାଚଳ ବନ୍ଦ ଲାଗି ଅତିରିକ୍ତ ମୁଖ୍ୟ ସଚିବ ଓମ୍‌ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ମରାମତି ପରେ ଏହାକୁ ପୁଣି ଖୋଲା ଯିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

Share