୯୭ ଖଣିରେ ୧୪୪ ଧାରା ଜାରି କଲା ପ୍ରଶାସନ

ଖଇରା, ୯।୧୧(ଡି.ଏନ.ଏ.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନାଲି ଆଖି ପରେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶରୀଶୁଆ ପାହାଡରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ୯୭ଟି ଖଣି ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ୧୪୪ ଧାରା ଜାରି କରାଯାଇଛି । ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ, ଅତିରିକ୍ତ ତହସିଲଦାର ବିଭାସ ପାଣିଗ୍ରାହୀ ଖଣି ଅଞ୍ଚଳକୁ ଗସ୍ତ କରି ୧୪୪ ଧାରା ଜାରି ସମ୍ପର୍କରେ ମାଇକ ଯୋଗେ ପ୍ରଚାର କରିଛନ୍ତି। ଏଥିରେ ରାଜସ୍ବ ବିଭାଗକୁ ଖଇରା ଥାନା ଏସ୍‌ଆଇ ଅଶ୍ୱିନୀ ବେହେରା, ଏଏସ୍‌ଆଇ ପ୍ରଦୀପ କୁମାର ମହାନ୍ତି ସହାୟତା କରିଥିଲେ।
ଏହା ପୂର୍ବରୁ ଅକ୍ଟୋବର ୨୩ତାରିଖରେ ତହସିଲ ପକ୍ଷରୁ ଖଣି ଖୋଳା ବନ୍ଦ ରଖିବା ସମ୍ପର୍କରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା ା ହେଲେ ୩୦ରୁ ଅଧିକ ଖଣି ନିଲାମଧାରୀମାନେ ଏହାକୁ ଖାତିର ନ କରି ରାତିଦିନ ବ୍ଲାଷ୍ଟିଂ କରି ଖଣିରୁ ପଥର ଉତ୍ତୋଳନ କରିବା ନେଇ ଅଭିଯୋଗ ହୋଇଥିଲା ା ପ୍ରକାଶ ଥାଉ କି, ୯୭ ଖଣି ନିଲାମ ବେଳେ ରାଜସ୍ବ ବିଭାଗ ଖଣି ଆଇନର ଖୁଲମଖୁଲା ଉଲ୍ଲଘଂନ କରିବା ନେଇ ୨ ସ୍ବେଚ୍ଛାସେବୀ ସଙ୍ଗଠନ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ୧୬ ଅକ୍ଟୋବରେ ଦେଇଥିବା ରାୟରେ ଖଣି ଜୈବ ସମ୍ବେଦନଶୀଳ କ୍ଷେତ୍ର ମଧ୍ୟରେ ଆସୁଥିବାରୁ ପରିବେଶ ସଂକ୍ରାନ୍ତୀୟ ସମସ୍ତ ବିଷୟ ଉପରେ ଡିସେମ୍ବର ୪ ତାରିଖ ସୁିଦ୍ଧା ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେବା ପରେ ବେଆଇନ ଖଣି କାରବାର ଉପରେ ଆଖି ବନ୍ଦ କରିଦେଇଥିବା ରାଜସ୍ବ ବିଭାଗ ତପତ୍ରତା ପ୍ରକାଶ କରିଛି ା