Categories: ବାଣିଜ୍ୟ

୯୭ ବିମାନର ଇଞ୍ଜିନ ପରିବର୍ତ୍ତନ ଲାଗି ଇଣ୍ଡିଗୋକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨-୧୧: ୨୭ ବିମାନର ପୁରୁଣା ଇଞ୍ଜନକୁ ତୁରନ୍ତ ପରିବର୍ତ୍ତନ କରିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଇଣ୍ଡିଗୋ କମ୍ପାନୀକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିମାନଗୁଡିକ ମଧ୍ୟରୁ ୨୩ଟି ଏ୩୨୦ ନିୟୁ ପ୍ଲେନରେ ପ୍ରାଟ୍‌ ଏବଂ ହ୍ବାଇଟନି(ପିଡବ୍ଲ୍ୟୁ) ଇଞ୍ଜିନ ଲାଗିଛି। ଏହାକୁ ନଭେମ୍ବର ମାସ ସୁଦ୍ଧା ନ ବଦଳାଇଲେ ବିମାନଗୁଡିକୁ ଚଳାଇବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି। ଇଣ୍ଡିଗୋ ଫ୍ଲିଟରେ ଥିବା ସମସ୍ତ ୯୭ ବିମାନର ଏଭଳି ଇଞ୍ଜିନ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ସପ୍ତାହରେ ୪ଟି ବିମାନରେ ଉକ୍ତ ଇଞ୍ଜିନ ଅସୁବିଧା ଦେଖାଯାଇଥିବାରୁ ଯାତ୍ରୀ ସୁରକ୍ଷାକୁ ଧ୍ୟାନରେ ରଖି ଡିଜିସିଏ ଏଭଳି ନିର୍ଦ୍ଦେଶ ଦେଇଛି।

Share