Categories: ବାଣିଜ୍ୟ

୯୭ ହଜାର କୋଟି ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୭।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମରେ ଆଡିଆ ନାମକ କମ୍ପାନୀ ୫,୬୮୩ କୋଟି ଟଙ୍କା ନିବେଶ କରିବ। ଭାରତକୁ ଡିଜିଟାଲ ସୋସାଇଟ ଭାବେ ଗଢି ତୋଳିବାରେ ଏହି ନିବେଶ ସହାୟକ ହେବ ବୋଲି ରିଲାଏନ୍ସ ପକ୍ଷରୁ ସୂଚନା ରହିଛି। ଗତ ସାତ ସପ୍ତାହ ମଧ୍ୟରେ ଜିଓରେ ବିଶ୍ୱ ସ୍ତରର ନିବେଶକମାନେ ପ୍ରାୟ ୯୭ ହଜାର କୋଟି ଟଙ୍କାର ନିବେଶ ନେଇ ଆଗେଇ ଆସିଛନ୍ତି। ବିଶ୍ୱ ସ୍ତରରେ ନିବେଶ କ୍ଷେତ୍ରରେ ଆଡିଆ ପ୍ରମୁଖ ସ୍ଥାନରେ ରହିଛି। ଜିଓରେ ନିବେଶ ନିଷ୍ପତ୍ତି କମ୍ପାନୀର ଉନ୍ନତି ଲାଗି କାର୍ଯ୍ୟ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି।

Share