୯୮ କିଲୋ ଗଞ୍ଜେଇ, ସ୍କର୍ପିଓ ଜବତ

ସୋନପୁର,୨୮।୮(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ଅବକାରୀ ମୋବାଇଲ ଟିମ୍‌ ପକ୍ଷରୁ ତେଲନଦୀ ବ୍ରିଜ୍‌ ପାର୍ଶ୍ୱରେ ଶନିବାର ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଏକ ନୂଆ ସ୍କର୍ପିଓ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ବ୍ୟବସାୟୀ ଛତିଶଗଡର ଜଞ୍ଜଗିରଚପା ଜିଲା ମାଲଖୋରୋଦା ଗ୍ରାମର ଭୋଜରାମ ପଙ୍କେଇ(୩୨)ଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ସ୍କର୍ପିଓ ଡ୍ରାଇଭର ଛତିଶଗଡ ରାୟଗଡର ରାଜୁ ଯାଦବ ଫେରାର ହୋଇଯାଇଛନ୍ତି। ସେହିଭଳି ଗଞ୍ଜେଇ ଗାଡିକୁ ଆଗରେ ଏସକର୍ଟ ଦେଇ ଯାଉଥିବା ଅନ୍ୟ ଏକ ଗାଡି ଖସି ଯିବାରେ ସକ୍ଷମ ହୋଇଛି। ଅବକାରୀ ବିଭାଗର ତନଖି ସମୟରେ ସ୍କର୍ପିଓରୁ ୧୦୦ଟି ପ୍ୟାକେଟ୍‌ରେ ଥିବା ୯୮ କିଲୋ ଗଞ୍ଜେଇ ମିଳିଛି। ଗଞ୍ଜେଇ ବୌଦ୍ଧ ଜିଲା ଶଗଡାରୁ ଛତିଶଗଡର ବିଳାସପୁର ଅଞ୍ଚଳକୁ ଚାଲାଣ ହେଉଥିଲା। ବାଉଁଶୁଣୀ ଥାନା ଅଞ୍ଚଳର ଜଣେ ବ୍ୟବସାୟୀ ଏହି ଗଞ୍ଜେଇ ବିକ୍ରି କରିଥିବା ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷେ ସ୍କର୍ପିଓର ନମ୍ବର ନକଲି। ଗାଡିରେ ଲାଗିଥିବା ନମ୍ବର ପ୍ଲେଟ୍‌ରେ ଓଡିଶାର ନମ୍ବର ଓଡି୧୭ଏମ-୯୧୬୦ ଲେଖାଥିବା ବେଳେ ଗାଡି ଭିତରୁ ଛତିଶଗଡର ନମ୍ବର ପ୍ଲେଟ ସିଜି୧୨ଏଏକ୍ସ-୬୫୦୪ ମିଳିଛି। ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢାଉ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍‌ପି ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଳା। ପ୍ରକାଶ ଯେ, କନ୍ଧମାଳ ଓ ବୌଦ୍ଧ ଜିଲାରୁ ଗଞ୍ଜେଇ ସୁବର୍ଣ୍ଣପୁର ଜିଲା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଅମରପାଲି,୧୮ା୪(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଟ୍ରଷ୍ଟ ସାଧାରଣ ସମ୍ପାଦକ...

ବାଇକ୍‌ ଉପରେ ମାଡ଼ିଗଲା ହାଇଓ୍ବା: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ସୋନପୁର,୬।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଖାରୀ-ବଲାଡି ରାସ୍ତାରେ ରବିବାର ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବଲାଡି ପୋଲ ନିକଟରେ ବାଇକ୍‌କୁ ଏକ ହାଇଓ୍ବା ଧକ୍କା...

ବହଳପଦରରେ ରାସ୍ତାରୋକ, ଗାଡିମଟର ଚଳାଚଳ ବାଧାପ୍ରାପ୍ତ

ଅମରପାଲି,୩୦।୩(ପୀତାମ୍ବର ସାହୁ): ଜୋର ଜବରଦସ୍ତ ବିଦ୍ୟୁତ ବିଲ ସଂଗ୍ରହକୁ ବିରୋଧ କରି ଆନ୍ଦୋଳନ ତେଜିଛି। ବଦ୍ୟୁତ ବିଲ ନ ଦେବାରୁ ଟାଟାପାୱାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ...

ଦିବ୍ୟାଙ୍ଗଙ୍କ ଘର ଜାଳିଦେଲେ ନିଶାଶକ୍ତ ଯୁବକ: ସବୁକିଛି ହୋଇଗଲା ଛାରଖାର

ଅମରପାଲି, ୨୭/୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୁଦଗୁଦା ଗ୍ରାମରେ ଜଣେ ଦିବ୍ୟାଙ୍ଗଙ୍କ ଘରକୁ ଗୁରୁବାର ଅପରାହ୍ନରେ ଜଣେ ନିଶାଶକ୍ତ...

‘ଉତ୍ତମ ଶିକ୍ଷା ପାଇଲେ ପିଲାମାନେ ଭବିଷ୍ୟତରେ ଭଲ ମଣିଷ ହୋଇପାରିବେ’

ଅମରପାଲି,୨୭ା୩(ପୀତାମ୍ବର ସାହୁ): ଶିକ୍ଷା ସମସ୍ତଙ୍କ ପାଇଁ ଆବଶ୍ୟକୀୟ। ମାତ୍ର ଉତ୍ତମ ଶିକ୍ଷା ପାଇଲେ ପିଲାମାନେ ଭବିଷ୍ୟତରେ ଭଲ ମଣିଷ ହେବାର ଅଧିକ ସମ୍ଭାବନା ରହିଥାଏ। କୁଶିକ୍ଷା...

ମନ୍ତ୍ରୀଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ

ସୋନପୁର,୨୫l୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କେଉଟ, ଧିବର ଓ କୈବର୍ତ୍ତ ହଟାଅ ଅଲ୍‌ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ...

ଜିଲାପାଳଙ୍କ ଜନସମ୍ପର୍କ ଶିବିର: ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କଲେ ଜିଲାପାଳ

ଡୁଙ୍ଗୁରିପାଲି, ୨୨/୩ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମପଞ୍ଚାୟତ ପରିସରରେ ଶୁକ୍ରବାର ଜିଲାପାଳଙ୍କ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିବାର ୧ ମାସ ପରେ, ଜଗବନ୍ଧ ଗ୍ରାମରୁ ଗଡିଲା ଲକ୍ଷ୍ମୀ ବସ

ଡୁଙ୍ଗୁରିପାଲି ୨୦।୩(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଗଜବନ୍ଧ ଗ୍ରାମପଞ୍ଚାୟତରେ ବୁଧବାର ସକାଳ ୭ଟାରୁ ଲକ୍ଷ୍ମୀ ବସ ବାହାରି ଡୁଙ୍ଗୁରିପାଲି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image