୯ ଜିଲାକୁ ବର୍ଷା, ବଜ୍ରପାତ ଆଲର୍ଟ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ୯ ଜିଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନୟାଗଡ଼, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ଭଦ୍ରକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଅପରାହ୍ନ ୫.୧୫ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲାଗୁଡ଼ିକରେ ଝଡ଼ବର୍ଷା ଓ ପବନ ହେବାର ସମ୍ଭାବନା ରହିଥିବା କୁହାଯାଇଛି।

Share