୯ ଜିଲାର ଚାଷୀ ଫସଲ ବୀମା ପାଇନାହାନ୍ତି

ଭୁବନେଶ୍ୱର,୨।୭(ବ୍ୟୁରୋ)
କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଏପର୍ଯ୍ୟନ୍ତ ୯ଟି ଜିଲାର ଚାଷୀ ଫସଲ ବୀମା ପାଇ ନ ଥିବା ବିଷୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ମରୁଡ଼ି ପରେ ଚାଷୀଙ୍କ ଅବସ୍ଥା ଭଲ ନାହିଁ। ସେମାନଙ୍କୁ ସହାୟତା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଛି। ମାତ୍ର ଏହାର ସୁଫଳ ଚାଷୀମାନେ ପାଇପାରୁନାହାନ୍ତି। ତୁରନ୍ତ ବୀମା କମ୍ପାନୀକୁ ଡକାଇ ଏହାର ସମାଧାନ କରନ୍ତୁ ବୋଲି ସେ ଦାବି ରଖିଥିଲେ। ବିଜେଡି ସଭ୍ୟ ଜଗନ୍ନାଥ ନାୟକ, ଭାଜପା ସଭ୍ୟ ସୁଶାନ୍ତ ନାୟକ ଏବଂ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନମଣ୍ଡଳୀରେ ଥିବା ସମସ୍ୟା ସମ୍ପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Share