୯ ବର୍ଷ ପରେ ପୁଣି ନଜର ଆସିବେ କ୍ୟାଟ୍ରିନା-ଅକ୍ଷୟ

ବଲିଉଡ୍‌ର ହିଟ୍‌ ଯୋଡ଼ି କ୍ୟାଟ୍ରିନା-ଅକ୍ଷୟ କୁମାର ପୁଣି ବଡ଼ପରଦାରେ ନଜର ଆସିବେ। ‘ନମସ୍ତେ ଲଣ୍ଡନ’, ‘ଓ୍ବେଲ୍‌କମ୍‌’, ‘ହମ୍‌କୋ ଦିବାନା କର୍‌ ଗୟେ’, ‘ସିଙ୍ଗ୍‌ ଇଜ୍‌ କିଙ୍ଗ୍‌’ ପରି ସୁପରହିଟ୍‌ ଫିଲ୍ମ ଦେଇଥିବା ଏହି ଯୋଡ଼ି ୯ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ। ୨୦୧୦ ପରଠାରୁ ଏହି ଦୁଇଜଣ କୌଣସି ଫିଲ୍ମରେ ଏକାଠି ଅଭିନୟ କରିନାହାନ୍ତି। ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ଜରିଆରେ ପୁଣି ଦୁଇଜଣ ଯାକ ମିଶି କାମ କରିବେ। କ୍ୟାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଅଛି। ଏତେଦିନ ପରେ ଅକ୍ଷୟଙ୍କ ସହ ଅଭିନୟ କରିବି। ପ୍ରଥମେ ଡର ଲାଗୁଥିଲା। କିନ୍ତୁ ଏହି ଡର ଏବେ ଦୂରେଇ ଯାଇଛି। ମୁଁ ଖୁବ୍‌ ସହଜରେ ତାଙ୍କ ସହ ମିଶି ପାରୁଛି। କ୍ୟାଟ୍ରିନା କୁହନ୍ତି, ଅକ୍ଷୟ ଜଣେ ଭଲ କୋ-ଷ୍ଟାର। ତାଙ୍କ ସହିତ କାମ କରିବାରେ ମଜା କିଛି ଅଲଗା। ଶେଷଥର ପାଇଁ ଏହି ଯୋଡ଼ି ଫିଲ୍ମ‘ତିସ୍‌ ମାର୍‌ ଖାନ୍‌’ରେ ନଜର ଆସିଥିଲେ। ୨୦୨୦ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ପୁଣି ଏହି ଯୋଡ଼ି ନଜର ଆସୁଛନ୍ତି।

Share