୯ ଭାରତୀୟଙ୍କୁ ମୁକ୍ତକଲା ଇରାନ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ହର୍ମୁଜ୍‌ ପ୍ରଣାଳୀରେ ପାନାମାର ଏକ ତୈଳବାହୀ ଜାହାଜକୁ ଇରାନ ଗତ ୧୩ ତାରିଖରେ ଜବତ କରିଥିବାବେଳେ ସେଥିରେ ଥିବା ୧୨ ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ୯ ଜଣଙ୍କୁ ମୁକ୍ତ କରିଦେଇଛି। ଏହି ଜାହାଜ ସମେତ ଅନ୍ୟ ଦୁଇଟି ଜାହାଜର ୪୫ ଜଣ ଭାରତୀୟଙ୍କ ମୁକ୍ତି ଲାଗି ନୂଆଦିଲ୍ଲୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ମୁକ୍ତ ହୋଇଥିବା ଭାରତୀୟ ଖୁବ୍‌ଶୀଘ୍ର ସ୍ବଦେଶ ଫେରିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ୍‌ କୁମାର କହିଛନ୍ତି। ଏମାନେ ଏମ୍‌ଟି ରିଆ ତୈଳ ଟ୍ୟାଙ୍କରରେ ଥିଲେ। ଏହା ବ୍ୟତୀତ ଗତ ସପ୍ତାହରେ ଇରାନ ଜବତ କରିଥିବା ବ୍ରିଟିଶ୍‌ ତୈଳବାହୀ ଜାହାଜ ଷ୍ଟେନା ଇମ୍ପେରୋରେ ୧୮ ଭାରତୀୟ ଥିବାବେଳେ ବ୍ରିଟିଶ ମେରାଇନ୍‌ ଦ୍ୱାରା ଜବତ ଇରାନ ଟ୍ୟାଙ୍କର ଗ୍ରେସ୍‌-୧ରେ ୨୪ ଭାରତୀୟ ଥିଲେ। ତେହେରାନ୍‌ରେ ଥିବା ଭାରତୀୟ ଦୂତାବାସ ଜରିଆରେ ଷ୍ଟେନା ଇମ୍ପେରୋରେ ଥିବା ଭାରତୀୟମାନଙ୍କୁ ଆଇନଗତ ସହାୟତା ଯୋଗାଇଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର

ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ...

ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ପ୍ରସ୍ତୁତ

ମସ୍କୋ,୧୧ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍‌ ଡଲାରର ସହାୟତା...

କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ

ଓଟ୍ଟାଓ୍ବା,୧୧ା୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଇସ୍ତଫା ପରେ ମାର୍ଚ୍ଚ ୯ରେ ଶାସକ ଲିବରାଲ ପାର୍ଟି ଦେଶର ନୂଆ ନେତା ବାଛିବାକୁ ଯାଉଛି। ନୂଆ ନେତା...

ହଲିଉଡ୍‌ରେ ହାହାକାର: ଲସ୍‌ଏଞ୍ଜେଲ୍ସ ବନାଗ୍ନିର କାରଣ ଖୋଜୁଛନ୍ତି ତଦନ୍ତକାରୀ

ଲସ୍‌ଏଞ୍ଜେଲ୍ସ/ଓ୍ବାଶିଂଟନ୍‌,୧୧ା୧:ଆମେରିକା କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ବନାଗ୍ନି ଅନୂ୍ୟନ ୧୦ ଜଣଙ୍କ ଜୀବନ ନେବା ସହ ଅନେକ ଲକ୍ଷ ଲୋକଙ୍କ ଘରଦ୍ୱାରକୁ ଭସ୍ମୀଭୂତ କରିଦେଇଛି। ପାସିଫିକ୍‌ ପାଲିସାଡେସ୍‌ ଓ...

ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ପ୍ରସ୍ତୁତ

ମସ୍କୋ,୧୦ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍‌ ଡଲାରର ସହାୟତା...

ଟ୍ରମ୍ପଙ୍କୁ ନେଇ କୋର୍ଟଙ୍କ ବଡ଼ ରାୟ, ସମସ୍ତ ୩୪ ଅଭିଯୋଗରୁ…

ଓ୍ବାଶିଂଟନ,୧୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍‌ ମନି ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ସମସ୍ତ ୩୪ଟି ଅଭିଯୋଗରୁ ନିଃସର୍ତ୍ତ...

ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବକୁ ଜିନ୍‌ପିଙ୍ଗଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ, ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ନୁହେଁ? ଜାତୀୟ ରାଜନୀତିରେ ଚର୍ଚ୍ଚା ବଢ଼ିଲା… 

ନୂଆଦିଲ୍ଲୀ,୧୦।୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା...

‘କାଲିଫର୍ନିଆ ନଚେତ ଭର୍ମଣ୍ଟ ଆମକୁ ଦେଇ ଦିଅନ୍ତୁ’; ଟ୍ରମ୍ପଙ୍କୁ ପାଲଟା ଅଫର ଦେଲେ ଟ୍ରୁଡୋ…

ଓଟାଓ୍ବା,୧୦।୧: କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ କରିବା ଲାଗି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବର ଜବାବ ଦେଇଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଯେତେବେଳେ ଟ୍ରମ୍ପ କାନାଡ଼ାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image