୯ ଭାରତୀୟଙ୍କୁ ମୁକ୍ତକଲା ଇରାନ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ହର୍ମୁଜ୍‌ ପ୍ରଣାଳୀରେ ପାନାମାର ଏକ ତୈଳବାହୀ ଜାହାଜକୁ ଇରାନ ଗତ ୧୩ ତାରିଖରେ ଜବତ କରିଥିବାବେଳେ ସେଥିରେ ଥିବା ୧୨ ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ୯ ଜଣଙ୍କୁ ମୁକ୍ତ କରିଦେଇଛି। ଏହି ଜାହାଜ ସମେତ ଅନ୍ୟ ଦୁଇଟି ଜାହାଜର ୪୫ ଜଣ ଭାରତୀୟଙ୍କ ମୁକ୍ତି ଲାଗି ନୂଆଦିଲ୍ଲୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ମୁକ୍ତ ହୋଇଥିବା ଭାରତୀୟ ଖୁବ୍‌ଶୀଘ୍ର ସ୍ବଦେଶ ଫେରିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ୍‌ କୁମାର କହିଛନ୍ତି। ଏମାନେ ଏମ୍‌ଟି ରିଆ ତୈଳ ଟ୍ୟାଙ୍କରରେ ଥିଲେ। ଏହା ବ୍ୟତୀତ ଗତ ସପ୍ତାହରେ ଇରାନ ଜବତ କରିଥିବା ବ୍ରିଟିଶ୍‌ ତୈଳବାହୀ ଜାହାଜ ଷ୍ଟେନା ଇମ୍ପେରୋରେ ୧୮ ଭାରତୀୟ ଥିବାବେଳେ ବ୍ରିଟିଶ ମେରାଇନ୍‌ ଦ୍ୱାରା ଜବତ ଇରାନ ଟ୍ୟାଙ୍କର ଗ୍ରେସ୍‌-୧ରେ ୨୪ ଭାରତୀୟ ଥିଲେ। ତେହେରାନ୍‌ରେ ଥିବା ଭାରତୀୟ ଦୂତାବାସ ଜରିଆରେ ଷ୍ଟେନା ଇମ୍ପେରୋରେ ଥିବା ଭାରତୀୟମାନଙ୍କୁ ଆଇନଗତ ସହାୟତା ଯୋଗାଇଦିଆଯାଇଛି।

Share