Categories: ବାଣିଜ୍ୟ

୯.୩୪ ଲକ୍ଷ କୋଟିକୁ ହ୍ରାସ ପାଇଛି ବ୍ୟାଙ୍କ ଏନ୍‌ପିଏ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ମୋଟ ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ୨୦୧୮-୧୯ରେ ୧.୦୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୯.୩୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଜ୍ୟ ସଭାରେ ସାଂସଦଙ୍କ ଦ୍ୱାରା ଆଗତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସୀତାରାମନ୍‌ କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକର ଖରାପ ଋଣ ବା ଅନାଦାୟ ଋଣ ସମସ୍ୟାର ସମାଧାନ ଲାଗି ସରକାର ସମନ୍ବିତ ୪ଆର୍‌ ଷ୍ଟ୍ରାଟେଜି ଆପଣାଇଛନ୍ତି। ସେଗୁଡ଼ିକ ହେଲା ଏନ୍‌ପିଏର ରେକଗନାଇଜେଶନ ବା ଚିହ୍ନଟ କରିବା, ରିଜଲ୍ୟୁଶନ ଅର୍ଥାତ୍‌ ସମାଧାନ କରିବା, ରିକଭରୀ ଅର୍ଥାତ ଋଣ ଆଦାୟ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁନଃପୁଞ୍ଜିକରଣ ବା ରିକାପିଟାଲାଇଜେଶନ। ଆର୍‌ବିଆଇ ତଥ୍ୟ ଅନୁଯାୟୀ,୨୦୧୮ ମାର୍ଚ୍ଚରେ ଏନ୍‌ପିଏ ପରିମାଣ ୧୦,୩୬,୧୮୭ କୋଟି ଟଙ୍କାର ସର୍ବାଧିକ ସ୍ତର ଛୁଇଁଥିଲା। ଏହାପରେ ନୂଆ ପଦକ୍ଷେପ ମାନ ଗ୍ରହଣ କରାଯିବା ପରେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏଥିରେ ୧,୦୨,୫୬୨ କୋଟି ଟଙ୍କା ହ୍ରାସ ପାଇ ୯,୩୩,୬୨୫ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସୀତାରାମନ୍‌ କହିଛନ୍ତି।

Share